ବିପଦରେ ଇମ୍ରାନ ଚୌକି!

ଖୁବଶୀଘ୍ର ଇମ୍ରାନ୍ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଇସଲାମାବାଦ : ବର୍ତ୍ତମାନ ପରିପ୍ରେକ୍ଷୀରେ ପାକିସ୍ତାନରେ ରାଜନୈତିକ ଅବସ୍ଥା ଠିକ୍ ନାହିଁ । ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କୁ କ୍ଷମତାରୁ ବାହାର କରିବା ପାଇଁ ତାଙ୍କର ରାଜନୈତିକ ଦଳ ‘ପାକିସ୍ତାନ ତହରିକ-ଏ-ଇନ୍‌ସାଫ୍‌’ର ଅନେକ ସାସଂଦ ବିରୋଧୀ ଦଳଙ୍କ ସହିତ କଥାବାର୍ତ୍ତା କରୁଛନ୍ତି । ଖୁବ ଶୀଘ୍ର ଇମ୍ରାନ୍ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି କରାଯାଉଛି । ପ୍ରସ୍ତାବ ପୂର୍ବରୁ ପିଟିଆଇର ଅନେକ ସାଂସଦ ଇମ୍ରାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରିଦେଇଛନ୍ତି । 

ଗୁରୁବାର ଇମ୍ରାନ୍ ଖାନଙ୍କ ପାର୍ଟି ପିଟିଆଇର ଅନେକ ସାଂସଦ ପ୍ରଧାନମନ୍ତ୍ରୀ ଭାବେ ସେମାନଙ୍କ ନାମ ନିଜର ସମର୍ଥନ ଫେରାଇ ନେଇଛନ୍ତି । ତେଣୁ ଏବେ ଇମରାନଙ୍କ କ୍ଷମତା ହରାଇବା ଆଶା ଅଧିକ ବଢ଼ି ଯାଇଛି । ଦିନକ ପୂର୍ବରୁ ଇମ୍ରାନଙ୍କ ପ୍ରମୁଖ ସହଯୋଗୀମାନେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନିଜର ମେଣ୍ଟ ସହଯୋଗୀଙ୍କୁ ହରାଇପାରନ୍ତି । ଇମ୍ରାନଙ୍କ ଉପରେ ବିରୋଧୀମାନେ ଅଭିଯୋଗ ଆଣିଛନ୍ତି ଯେ, ଅର୍ଥବ୍ୟବସ୍ଥା ଓ ବିଦେଶୀ ନୀତି ଠିକ ଭାବରେ ପରିଚାଳିତ ହୋଇପାରୁ ନାହିଁ । ଇମ୍ରାନଙ୍କ ପାର୍ଟିର ଜଣେ ସାଂସଦ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ସହିତ ମତଭେଦ ରହିଛି । ୨୦ରୁ ଊର୍ଦ୍ଧ୍ୱ ସାଂସଦ ଇମ୍ରାନ୍ ଖାନଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି । ଅନାସ୍ଥା ପ୍ରସ୍ତାବ ସମୟରେ ସେମାନେ ନିଜର ବିବେକ ଅନୁସାରେ ଭୋଟ ଦେବେ । 

Leave A Reply

Your email address will not be published.