ପ୍ରମୋଦ, ବୀରେନଙ୍କୁ ମିଳିପାରେ ଦ୍ୱିତୀୟ ସୁଯୋଗ

ଗୋଆ, ମଣିପୁରରେ ମୁଖ୍ୟମନ୍ତ୍ରୀ ନିଯୁକ୍ତ ପ୍ରସଙ୍ଗ

ନୂଆଦିଲ୍ଲୀ : ସଦ୍ୟ ସମାପ୍ତ ୫ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି କେବଳ ପଞ୍ଜାବକୁ ଛାଡି ଅନ୍ୟ ସବୁଠାରେ ସରକାର ଗଠନ କରିବାକୁ ଯାଉଛି । ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ପୁଣି ଥରେ ମୁଖ୍ୟମନ୍ତ୍ରୀ ଆସନରେ ଗାଦିସୀନ ହେବା ନିଶ୍ଚିତ ଜଣାପଡୁଥିବା ବେଳେ ଗୋଆ, ମଣିପୁର ଓ ଉତ୍ତରାଖଣ୍ଡରେ ସ୍ଥିତି ଏବେମଧ୍ୟ ଅସ୍ପଷ୍ଟ ରହିଛି । ତେବେ ଗୋଆରେ ପ୍ରମୋଦ ସାୱନ୍ତ ଏବଂ ମଣିପୁରରେ ଏନ୍‌.ବୀରେନ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ହେବାର ଦ୍ୱିତୀୟ ସୁଯୋଗ ମିଳିପାରେ ବୋଲି ବିଜେପି ମହଲରୁ ଜଣାପଡିଛି ।

ସୂଚନାଯୋଗ୍ୟ ପ୍ରମୋଦ ଓ ବୀରେନ ଇତିମଧ୍ୟରେ ନୂଆଦିଲ୍ଲୀ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିସାରିଛନ୍ତି । ହୋଲି ପରେ ଏ ଦୁଇ ରାଜ୍ୟରେ ଶନଥ ଗ୍ରହଣ ଉତ୍ସବ ଆୟୋଜିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସୂଚନାଯୋଗ୍ୟ ୨୦୧୭ ନିର୍ବାଚନରେ ଗୋଆ ଓ ମଣିପୁରରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳର ମାନ୍ୟତାଲାଭ କରିଥିଲେ ସୁଦ୍ଧା ବିଜେପି ସେଠାରେ ସରକାର ଗଠନ କରିବାରେ ସକ୍ଷମ ହୋଇଥିଲା ।

Leave A Reply

Your email address will not be published.