୩୧ ଆତଙ୍କୀ ନିପାତ, ଜଣେ ଗିରଫ

ଦୁଇ ବର୍ଷରେ ୧୭୬ ଅନୁପ୍ରବେଶ ଘଟଣା

ନୂଆଦିଲ୍ଲୀ : ବିଗତ ଦୁଇବର୍ଷ (୨୦୨୦-୨୧) ମଧ୍ୟରେ ଜମ୍ମୁ-କଶ୍ମୀରରେ ମୋଟ ୧୭୬ଟି ଅନୁପ୍ରବେଶ ଘଟଣା ଘଟିଛି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଲୋକସଭାକୁ ସୂଚୀତ କରିଛନ୍ତି । ଅନୁପ୍ରବେଶକାରୀଙ୍କ ସହ ମୁକାବିଲାରେ ୧୦୪ ଯବାନ ସହିଦ ହୋଇଥିବାବେଳେ ୩୨୦ ଜଣ ଆହତ ହୋଇଥିବା ଜଣାପଡିଛି ।

୨୦୨୦ରେ ୬୨ ଯବାନ ସହିଦ ଓ ୧୦୬ ଜଣ ଆହତ ହୋଇଥିବାବେଳେ ୨୦୨୧ରେ ସେମାନଙ୍କ ସଂଖ୍ୟା ଯଥାକ୍ରମେ ୪୨ ଓ ୧୧୭ ରହିଥିଲା । ଏହି ସମୟରେ ଯବାନଙ୍କ କାର୍ଯ୍ୟାନୁଷ୍ଠାନରେ ମୋଟ ୩୧ ଜଣ (୨୦୨୦ରେ ୧୯ ଜଣ ଓ ୨୦୨୧ରେ ୧୨ ଜଣ) ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ଜଣକୁ ଗିରଫ କରାଯାଇଛି । ଜମ୍ମୁ-କଶ୍ମୀରରେ ଘଞ୍ଚ ଜଙ୍ଗଲ ଓ ପାହାଡ ପର୍ବତ ରହିଥିବାରୁ ପାକିସ୍ତାନ ପଟୁ ଅଧିକ ସଂଖ୍ୟାରେ ଭାରତକୁ ଅନୁପ୍ରବେଶ କରିବାକୁ ଉଚିତ ମଣିଥାନ୍ତି ।

Leave A Reply

Your email address will not be published.