୧୧୭ ଯବାନ ଓ ଅଧିକାରୀଙ୍କୁ ସେନା ପଦକ

ଉଦ୍ଧାମପୁର : ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଓ ଅନୁପ୍ରବେଶ ନିୟନ୍ତ୍ରଣ କରିବାରେ ଅସୀମ ସାହସ ପ୍ରଦର୍ଶନ କରିଥିବାରୁ ସ୍ଥଳସେନାର ଉତ୍ତର କମାଣ୍ଡ ପକ୍ଷରୁ ୧୧୭ ଜଣ ଯବାନ ଓ ଅଧିକାରୀଙ୍କୁ ସେନା ପଦକ ପ୍ରଦାନ କରାଯାଇଛି । ମଙ୍ଗଳବାର ଉଦ୍ଧାମପୁରସ୍ଥିତ କମାଣ୍ଡ ମୁଖ୍ୟାଳୟରେ ଆୟୋଜିତ ଏକ ଉତ୍ସବରେ ଉତ୍ତର କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏହି ପଦକ ପ୍ରଦାନ କରିଥିଲେ ।

ପଦକ ବିଜେତାଙ୍କ ମଧ୍ୟରେ ଜଣେ ଲେଫ୍ଟନାଣ୍ଟ ଜେନେରାଲ ଓ ଦୁଇଜଣ ମେଜର ଜେନେରାଲ ପାହ୍ୟା ଅଧିକାରୀ ସାମିଲ ଥିବାବେଳେ ୯୨ ଜଣ (୧୯ ଜଣଙ୍କୁ ମରଣୋତ୍ତର)ଙ୍କୁ ସାହସିକତା ଏବଂ ଅବଶିଷ୍ଟ ୨୫ ଜଣଙ୍କୁ ବିଶିଷ୍ଟ ସେବା ପଦକ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.