ରୁଷିଆ-ୟୁକ୍ରେନ୍ ଯୁଦ୍ଧ: ଗୁଳି-ବାରୁଦ ପାଇଁ ପୁତିନ ବିଚଳିତ

ନୂଆଦିଲ୍ଲୀ : ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଜାରି ଥିବା ଯୁଦ୍ଧ ଦିନକୁ ଦିନ ଅତି ଭୟଙ୍କର ହେବାକୁ ଯାଉଛି । ଏହାରି ମଧ୍ୟରେ ବ୍ରିଟିଶ ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ରୁଷିଆ ନିକଟରେ ଏବେ ମାତ୍ର ୧୪ ଦିନ ପାଇଁ ଗୁଳି ଓ ବାରୁଦ ରହିଛି । ରୁଷିଆର ସେନା ଏପର୍ଯ୍ୟନ୍ତ କିଭ୍‌କୁ ନିଜ ନିୟନ୍ତ୍ରଣକୁ ଆଣିପାରି ନାହାନ୍ତି ।

ରୁଷିଆ ସେନାକୁ କିଭ୍ ଅକ୍ତିଆର କରିବା ସହଜ ହୋଇପାରୁ ନାହିଁ । ୟୁକ୍ରେନ୍‌ର ରାଜଧାନୀ କିଭ୍ ଏବେବି ସୁରକ୍ଷିତ ଅଛି । ତେଣୁ ନ୍ୟୁକ୍ଲିୟର ଯୁଦ୍ଧକୁ ଏଡେଇ ଦିଆଯାଇ ନପାରେ ।  ବିଶ୍ୱବାସୀଙ୍କୁ ସନ୍ଦେହ ଯେ, ରୁଷିଆ ପାଖରେ ଗୁଳି ଓ ବାରୁଦ ଶେଷ ହୋଇଯିବା ପରେ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ବିଚଳିତ ହୋଇ ବଡ଼ ପଦକ୍ଷେପ ନେବେନାହିଁ ତ? ରୁଷିଆ ଦ୍ୱାରା ପରମାଣୁ ବୋମା ନହେବ ତାହା ମଧ୍ୟ କହିହେବ ନାହିଁ । ୟୁକ୍ରେନ୍ ସହିତ ଯୁଦ୍ଧ କରିବା ଆଜିକୁ ୨୧ ଦିନ ହୋଇସାରିଛି । ଏହାରି ମଧ୍ୟରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଛି । କୋଟି କୋଟି ଡଲାର ରାଶି କ୍ଷତି ହୋଇସାରିଛି । ୟୁକ୍ରେନ୍‌ରୁ ୩୦ ଲକ୍ଷରୁ ଅଧିକ ଲୋକ ଛାଡ଼ି ସାରିଛନ୍ତି । ରୁଷିଆ ଉପରେ ଆମେରିକା ଓ ୟୁରୋପୀୟ ସଂଘ ପକ୍ଷରୁ କଟକଣା ଲାଗୁ କରାଯାଇଛି ।

Leave A Reply

Your email address will not be published.