ଏଲ୍ଆଇସି ଆଇପିଓ ପାଇଁ ୧୨ ମେ’ ଡେଡ୍ଲାଇନ୍

ନୂଆଦିଲ୍ଲୀ : ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଆଇପିଓ ନେଇ ଏକ ନୂଆ ସମସ୍ୟ ଦେଖାଯାଇଛି । ବଜାର ନିୟାମକ ଅନୁମତି ଅନୁସାରେ ସରକାରଙ୍କୁ ଆଗାମୀ ୧୨, ମେ’ ସୁଦ୍ଧା ଆଇପିଓ ଲଞ୍ଚ୍ କରିବାକୁ ପଡ଼ିବ । ଅନ୍ୟଥା ସେବି ନିକଟରେ ପୁଣିଥରେ ଆବଶ୍ୟକୀୟ ଦସ୍ତାବିଜ୍ ଦାଖଲ କରିବାକୁ ପଡ଼ିବ ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ଏଲ୍‌ଆଇସିରେ ସରକାରୀ ଅଂଶଧନର ୫% ବିକ୍ରୟ କରି ୬୦ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ଆବଶ୍ୟକୀୟ ଦସ୍ତାବିଜ୍ ସେବି ନିକଟରେ ଜମା କରିବା ସହିତ ଦେଶ ବିଦେଶରେ ରୋଡ୍‌ଶୋ’ ଆରମ୍ଭ କରିଥିଲେ । ରୁଷ୍‌-ୟକ୍ରେନ୍ ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ଦେଖାଯାଇଥିବା ଅନିଶ୍ଚିତତା ପରିପ୍ରେକ୍ଷୀରେ ସରକାର ଚଳିତ ଆର୍ଥିକ ବର୍ଷରେ ଆଇପିଓ ଲଞ୍ଚ୍ କରିବା ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ।

Leave A Reply

Your email address will not be published.