ରୁଷ୍ ସେନା ଗୁଳିରେ ଆମେରିକୀୟ ସାମ୍ବାଦିକଙ୍କ ମୃତ୍ୟୁ

ମସ୍କୋ : ରୁଷ୍ ସେନାର ଗୁଳିରେ ଜଣେ ଆମେରିକୀୟ ସାମ୍ବାଦିକ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଏହା ସହ ଅନ୍ୟ ଜଣେ ଆମେରିକୀୟ ସାମ୍ବାଦିକ ଗୁରୁତର ଆହତ ହୋଇଥିବା ନେଇ ସୂଚନା ଦେଇଛି ଗଣମାଧ୍ୟମ ସଂସ୍ଥା ଏଏଫପି ରିପୋର୍ଟସ । ଏଏଫ୍‌ପି ରିପୋର୍ଟସ ଅନୁଯାୟୀ ଗୋଟେ କାରରେ ଏଏଫ୍‌ପିର ଜଣେ ସାମ୍ବାଦିକ ଏବଂ ଦୁଇ ଜଣ ଆମେରିକୀୟ ସାମ୍ବାଦିକ ଥିଲେ । ଏହି ସମୟରେ ରୁଷ ସେନା କାର୍ ଉପରକୁ ଗୁଳି ବର୍ଷା କରିଥିଲେ । ଏଥିରେ ଜଣେ ଆମେରିକୀୟ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି ଏବଂ ଦୁଇ ଜଣ ଆହତ ହୋଇଛନ୍ତି । ମୃତ ସାମ୍ବାଦିକଙ୍କ ନାଁ ବ୍ରେଣ୍ଟ୍ ରିନାଉଡ୍ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.