ୟୁପିରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ପ୍ରତ୍ରିୟା ଆରମ୍ଭ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ବିଜେପିର ଐତିହାସିକ ବିଜୟ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ନିଜ ବାସଭବନରେ ଶେଷ କ୍ୟାବିନେଟ୍ ବୈଠକ ଡାକିଥିଲେ । ବୈଠକରେ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା, କ୍ୟାବିନେଟ୍ ବ୍ରିଜେଶ ପାଠକ, ମନ୍ତ୍ରୀ ଲାଲ୍‌ଜୀ ଟଣ୍ଡନ ଏବଂ ଅନୀଲ ରାଜଭର ଉପସ୍ଥିତ ଥିଲେ । ବୈଠକ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ରାଜଭବନ ଯାଇଥିଲେ । ସେଠାରେ ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ୍‌ଙ୍କୁ ସାକ୍ଷାତ କରି ଇସ୍ତଫାପତ୍ର ପ୍ରଦାନ କରିଥିଲେ ।

ଏହା ସହିତ ରାଜ୍ୟରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଚଳିତ ବିଧାନ ସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ସହ ପୁଣିଥରେ କ୍ଷମତାକୁ ଫେରି ରେକର୍ଡ କରିଛି । ଏହି ନିର୍ବାଚନରେ କେତେକ ମିଥକ୍ ଭଙ୍ଗ ହୋଇଥିବା ବେଳେ କେତେକ ପ୍ରସଙ୍ଗ ଗାଏବ ହୋଇ ଯାଇଥିଲା । ଲକ୍ଷ୍ମୀକୁର ଖିରି ଜିଲ୍ଲାର ତ୍ରିକୁନିଆରେ କୃଷକଙ୍କ ଆନ୍ଦୋଳନ ବେଳେ ହିଂସା ଘଟିଥିଲା । ତେବେ ସେଠାରେ ବିଜେପି କ୍ଲିନ୍‌ସ୍ୱିପ୍ ସହ ସମସ୍ତ ୮ଟି ଆସନରୁ ବିଜୟୀ ହୋଇଥିଲା ।

Leave A Reply

Your email address will not be published.