ଶେଷହେଲା ଅପରେସନ୍ ଗଙ୍ଗା

ନୂଆଦିଲ୍ଲୀ : ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌ର ସୁମି ସହରରେ ଫସି ରହିଥିବା ସମସ୍ତ ଭାରତୀୟ ଛାତ୍ରଙ୍କ ଇତିମଧ୍ୟରେ ସ୍ଥାନାନ୍ତର ଶେଷ ହୋଇଛି । ବାକି ଥିବା ୬୦୦ ଛାତ୍ର ଓ ନାଗରିକଙ୍କ ଶେଷ ଗ୍ରୁପ୍ ଗୁରୁବାର ୟୁକ୍ରେନ୍‌ର ପଡ଼ୋଶୀ ଦେଶ ପୋଲାଣ୍ଡରେ ପହଞ୍ଚିଛନ୍ତି । ଗୁରୁବାର ସେମାନେ ସ୍ୱତନ୍ତ୍ର ବିମାନ ଯୋଗେ ସ୍ୱଦେଶ ଫେରିବେ । ଏହା ସହିତ ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌ରୁ ଭାରତୀୟ ନାଗରିକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ଭାରତ ସରକାରଙ୍କ ପକ୍ଷରୁ ଚାଲିଥିବା ‘ଅପରେସନ୍ ଗଙ୍ଗା’ ଶେଷ ହୋଇଛି ।

ରୁଷ୍ ଓ ୟୁକ୍ରେନ୍ କର୍ତ୍ତୃପକ୍ଷ ଯୁଦ୍ଧବିରାମ ଘୋଷଣା କରିବା ପରେ ଭାରତୀୟ ଦୂତାବାସ ଅଧିକାରୀମାନେ ଏହି ଶେଷ ଗ୍ରୁପ୍ ଭାରତୀୟଙ୍କୁ ସୁମିରୁ କେତେକ ସ୍ୱତନ୍ତ୍ର ବସ୍ ଯୋଗେ ହ୍ୟୁମ୍ୟାନ୍ କରିଡର୍ ଦେଇ ପୋଲ୍‌ଟାଭା ସହରରେ ପହଞ୍ଚାଇଥିଲେ । ଏହି ଗ୍ରୁପ୍‌ରେ ୨୦ ଜଣ ପ୍ରଫେସନାଲ୍‌ଙ୍କ ବ୍ୟତୀ ଅଧିକାଂଶ ଛାତ୍ର ଥିଲେ । ବୁଧବାର ସେମାନଙ୍କୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ୟୁକ୍ରେନ୍‌-ପୋଲାଣ୍ଡ ସୀମାରେ ଥିବା ଏଲ୍‌ଭିଭ୍ ଷ୍ଟେସନ୍‌ରେ ପହଞ୍ଚାଯାଇଥିଲା ବୋଲି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି । ଅପରପକ୍ଷେ ୟୁକ୍ରେନ୍ ସୀମାବର୍ତ୍ତୀ ଦେଶଗୁଡ଼ିକରେ ପହଞ୍ôଚସାରିଥିବା ଭାରତୀୟଙ୍କୁ ଶେଷ ଫ୍ଲାଇଟ୍‌ରେ ଗୁରୁବାର ଭାରତ ଅଣାଯିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.