ଇଣ୍ଡୋନେସିଆରେ ମେରାପାଇ ଆଗ୍ନେୟଗିରି ସକ୍ରିୟ

ଜାକର୍ତ୍ତା : ଇଣ୍ଡୋନେସିଆର ଜାଭା ପ୍ରଦେଶରେ ଅବସ୍ଥିତ ମେରାପାଇ ଆଗ୍ନେୟଗିରି ଗୁରୁବାର ପୁଣି ସକ୍ରିୟ ହୋଇଉଠିଥିବା ଜଣାପଡିଛି । ଆଗ୍ନେୟଗିରିରୁ ଉତ୍ତପ୍ତ ଲାଭା ନିର୍ଗତ ହୋଇ ପ୍ରାୟ ୫ କିମି ପର୍ଯ୍ୟନ୍ତ ନିମ୍ନକୁ ପ୍ରବାହିତ ହେବାଫଳରେ ନିକଟସ୍ଥ ଅଞ୍ଚଳରୁ ପ୍ରାୟ ୫୦୦ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଆଗ୍ନେୟଗିରିର ୭ କିମି ବ୍ୟାସାର୍ଦ୍ଧ ମଧ୍ୟରେ ପ୍ରବେଶ ନକରିବାକୁ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି । ତେବେ ଲାଭା ପ୍ରଭାବରେ କେହି ମୃତାହତ ହୋଇନଥିବା କୁହାଯାଇଛି ।

୨୦୧୦ରେ ଏହି ଆଗ୍ନେୟଗିରି ସକ୍ରିୟ ହୋଇଥିବାବେଳେ ଉତ୍ତପ୍ତ ଲାଭା ପ୍ରଭାବରେ ୩୪୭ ଜଣ ପ୍ରାଣ ହରାଇଥିଲେ ଏବଂ ୨୦ ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ।

Leave A Reply

Your email address will not be published.