ସେନ୍ସେକ୍ସରେ ୫୮୧ ପଏଣ୍ଟ୍ ବୃଦ୍ଧି

ନୂଆଦିଲ୍ଲୀ : ୟୁକ୍ରେନ୍‌-ରୁଷ୍ ଯୁଦ୍ଧ ପ୍ରଭାବରେ ମାଟି କାମୁଡ଼ିଥିବା ଭାରତୀୟ ପୁଞ୍ଜି ବଜାରରେ ହ୍ରାସର ଧାରାରୁ ବାହାରି ବୃଦ୍ଧି ଘଟିଛି । ଆଜି ଅର୍ଥାତ୍ ମଙ୍ଗଳବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ (ବିଏସ୍‌ଇ) କାରବାର ଶେଷ ବେଳକୁ ୫୮୧.୩୪ ପଏଣ୍ଟ୍ ବୃଦ୍ଧି ପାଇ ୫୩,୪୨୪.୦୯ ପଏଣ୍ଟ୍‌ରେ ବନ୍ଦ ରହିଛି । ଅପରପକ୍ଷରେ ନିଫ୍ଟି ମଧ୍ୟ କାରବାର ଶେଷ ବେଳକୁ ୧୫୦.୩୦ ପଏଣ୍ଟ୍ ବୃଦ୍ଧି ସହିତ ୧୬,୦୧୩.୪୫ ପଏଣ୍ଟ୍ ହାସଲ କରିଛି ।

ଆଜି କାରବାର ଆରମ୍ଭରୁ ସେନ୍‌ସେକ୍ସ ହ୍ରାସ ଘଟିଥିଲା । ମାତ୍ର କାର୍ଯ୍ୟଦିବସରେ ସୁଧାର ଘଟି ଶେଷରେ ବୃଦ୍ଧିର ସହିତ କାରବାର ଶେଷ କରିଥିଲା । ସେନ୍‌ସେକ୍ସରେ ତାଲିକାଭୁକ୍ତ କମ୍ପାନୀଗୁଡ଼ିକ ମୋଟ ବଜାର ପୁଞ୍ଜିକରଣ ଯାହା ଗତ ସେମାବାରକୁ ୨୪୧.୧୦ ଲକ୍ଷ କୋଟିକୁ ହ୍ରାସ ଘଟିଥିଲା; ଆଜି କାରବାର ଶେଷ ବେଳକୁ ୨୪୩.୭୦ ଲକ୍ଷ କୋଟିକୁ ବୃଦ୍ଧି ଘଟିଛି ।

Leave A Reply

Your email address will not be published.