ୟୁକ୍ରେନ୍ ସେନାରେ ଭାରତୀୟ ଛାତ୍ର

ଚେନ୍ନାଇ: ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ତ୍ରୟୋଦଶ ଦିବସରେ ଉପନୀତ ହୋଇଥିବାବେଳେ ବର୍ତ୍ତମାନ ୟୁକ୍ରେନ୍‌ରେ ଅଧ୍ୟୟନ କରୁଥିବା ସହସ୍ରାଧିକ ଭାରତୀୟ ଛାତ୍ରଛାତ୍ରୀ ସ୍ୱଦେଶ ଫେରିଆସିଲେଣି । ତେବେ ତାମିଲନାଡୁ ନିବାସୀ ୨୧ ବର୍ଷୀୟ ସୈନିକେଶ ରବିଚନ୍ଦ୍ରନ ନାମକ ଛାତ୍ର ସ୍ୱଦେଶ ଫେରିବା ପରିବର୍ତ୍ତେ ସେଠାରେ ରହି ୟୁକ୍ରେନ୍ ସେନାରେ ଭର୍ତ୍ତି ହୋଇଛନ୍ତି ।

ରୁଷ୍ ଆକ୍ରମଣକୁ ପ୍ରତିରୋଧ କରିବାକୁ ୟୁକ୍ରେନ୍ ସରକାର ‘ଇଣ୍ଟରନ୍ୟାସନାଲ ଲିଜିୟନ୍‌’ ନାମକ ସ୍ୱେଚ୍ଛାସେବୀ ସେନା ଗଠନ କରିଛନ୍ତି । ଏହି ସ୍ୱେଚ୍ଛାସେବୀ ସେନା ବର୍ତ୍ତମାନ ରାଜଧାନୀ କିଏଭ୍‌କୁ ରକ୍ଷା କରିବାକୁ ରୁଷ୍ ସେନା ବିରୋଧରେ ଲଢୁଛନ୍ତି । ଏହି ସେନାରେ ଲାଟ୍‌ଭିୟାର ଜଣେ ସାଂସଦ ମଧ୍ୟ ନିଜକୁ ସାମିଲ କରିଛନ୍ତି ।

Leave A Reply

Your email address will not be published.