ଆଇସି-୮୧୪ ବିମାନ ଅପହର୍ତ୍ତାଙ୍କୁ ହତ୍ୟା

ଇସଲାମାବାଦ: ୧୯୯୯ ଡିସେମ୍ବର ୨୪ରେ ନେପାଳର କାଠମାଣ୍ଡୁରୁ ଦିଲ୍ଲୀ ଆସୁଥିବା ଇଣ୍ଡିଆନ ଏୟାରଲାଇନ୍ସର ଏକ ବିମାନକୁ କେତେକ ଆତଙ୍କବାଦୀ ଅପହରଣ କରି ୟୁଏଇ ରାସ୍ତା ଦେଇ ଆଫ୍‌ଗାନିସ୍ତାନର କାନ୍ଦାହାର ସହରକୁ ନେଇଯାଇଥିଲେ । ତେବେ ଏହି ଅପହରଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଜହୁର ଇବ୍ରାହିମ ମିସ୍ତ୍ରି ଓରଫ୍ ଜମାଲିକୁ ପାକିସ୍ତାନର କରାଚି ସହରରେ ହତ୍ୟା କରାଯାଇଛି ।

ସୂଚନାଯୋଗ୍ୟ ଉକ୍ତ ବିମାନଟି ୟୁଏଇରେ ଅବତରଣ କରିଥିବାବେଳେ ରୁପିନ୍ କାତ୍ୟାଲ ନାମକ ଜଣେ ଭାରତୀୟ ଯାତ୍ରୀଙ୍କୁ ଇବ୍ରାହିମ ବିମାନ ମଧ୍ୟରେ ହତ୍ୟା କରିଥିଲା । ଜୈସ୍ ମହମ୍ମଦ ସଂଗଠନର ମୁଖ୍ୟ ମାସୁଦ ଆଜାର ସମେତ ମୋଟ ୩ ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଭାରତୀୟ ଜେଲ୍‌ରୁ ମୁକୁଳାଇବାକୁ ଏଭଳି ଅପହରଣ କରାଯାଇଥିଲା ।

Leave A Reply

Your email address will not be published.