ୟୁକ୍ରେନ୍ ସାମ୍ନାରେ ରୁଷିଆର ୪ ସର୍ତ୍ତ : ମାନିଲେ ଯୁଦ୍ଧ ଯଥାଶୀଘ୍ର ବନ୍ଦ ହେବ

ନୂଆଦିଲ୍ଲୀ : ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଜାରିଥିବା ଯୁଦ୍ଧ ଆଜି ୧୩ ଦିନରେ ପହଞ୍ଚିଛି । କିନ୍ତୁ ଯୁଦ୍ଧ ବିରତି ପାଇଁ ସେହିଭଳି କୌଣସି ଦୃଷ୍ଟାନ୍ତ ପଦକ୍ଷେପ ନିଆଯାଇ ନାହିଁ । ଏବେ ୟୁକ୍ରେନ୍ ସାମ୍ନାରେ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷିଆ କିଛି ସର୍ତ୍ତ ରଖିଛି । ୟୁକ୍ରେନ୍‌ର ମିଡିଆ ଦାବି କରିଛି ଯେ, ରୁଷିଆ ୪ଟି ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ରଖିଛି ଏବଂ କହିଛି ଯେ, ସର୍ତ୍ତମାନିଲେ ତୁରନ୍ତ ଯୁଦ୍ଧ ବନ୍ଦ କରିବ । 

1. ରୁଷିଆର ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ଫେବ୍ରୁଆରୀ ୨୪ରେ ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ ତାଙ୍କର ଉଦ୍ଦେଶ୍ୟ ୟୁକ୍ରେନ୍କୁ ନିୟନ୍ତ୍ରଣ କରିବା ନୁହେଁ, ବରଂ ଧ୍ୱଂସ କରିବା ୟୁକ୍ରେନ୍ ସାମ୍ନାରେ ରୁଷିଆ ସେନା କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ସର୍ତ୍ତ ରଖିଛି  

2. ରୁଷିଆ ସବୁବେଳେ ୟୁକ୍ରେନକୁ କୌଣସି ଅନ୍ୟ ସଂଗଠନ ସହିତ ସାମିଲ ହେବା ଉପରେ ଅସନ୍ତୁଷ୍ଟ ଦେଖାଯାଉଛି ଯୁଦ୍ଧ ସମୟରେ ମଧ୍ୟ ଲଗାତାର ନାଟୋରେ ସାମିଲ ହେବାକୁ ଉଦ୍ୟମ କରୁଛି ରୁଷିଆ ଚାହୁଁଛି ଯେ, ୟୁକ୍ରେନ ନାଟୋ ଠାରୁ ଦୂରରେ ରହୁ ନିଜର ସମ୍ବିଧାନ ପରିବର୍ତ୍ତନ କରୁ  

3. ରୁଷିଆର ୩ୟ ସର୍ତ୍ତ ହେଲା ୟୁକ୍ରେନ୍ କ୍ରୀମିୟାକୁ ରୁଷିଆର ଅଂଶବିଶେଷ ଭାବେ ମାନ୍ୟତା ପ୍ରଦାନ କରୁ କ୍ରୀମିୟା ଏକଦା ରୁଷିଆର ଅଂଶବିଶେଷ ଥିଲା, ଯାହାକୁ କି ୧୯୫୪ରେ ତତ୍କାଳୀନ ସୋଭିଏତ ସଂଘର ନେତା ନିକିତା ଖ୍ରୁଚ୍ୱେଭ ୟୁକ୍ରେନ୍କୁ ଉପହାର ସ୍ୱରୂପ ଦେଇଥିଲେ ୨୦୧୪ ମାର୍ଚ୍ଚରେ ରୁଷିଆ ଆକ୍ରମଣ କରି କ୍ରୀମିୟାକୁ ରୁଷିଆରେ ସାମିଲ କରିଥିଲା କିନ୍ତୁ ୟୁକ୍ରେନ୍ ଏହାକୁ ମାନ୍ୟତା ଦେଇନାହିଁ  4. ୨୦୧୪ରେ ପୂର୍ବ ୟୁକ୍ରେନ୍ ଡୋନବାସ ରାଜ୍ୟର ଡୋନେତସ୍କ ଲୁହାନସ୍କ ବିଚ୍ଛିନତାବାଦୀ ମାନେ ନିଜକୁ ଭିନ୍ନ ଦେଶ ଘୋଷିତ କରିଥିଲେ ୟୁକ୍ରେନ ସହିତ ଲଢ଼େଇ ହେବା ପୂର୍ବରୁ ରୁଷିଆ ଡୋନେତସ୍କ ଲୁହାନସ୍କକୁ ରୁଷିଆ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଇଥିଲା, ଯାହାକି ୟୁକ୍ରେନ୍ ବିରୋଧ କରିଥିଲା  

Leave A Reply

Your email address will not be published.