ୟକ୍ରେନ୍ ବିମାନକୁ ଆଶ୍ରୟ ଦେଲେ ସାଂଘାତିକ ପରିଣତି

ୟୁକ୍ରେନ୍‌ର ପଡୋଶୀ ରାଷ୍ଟ୍ରଙ୍କୁ ପୁଟିନ୍‌ଙ୍କ ଚେତାବନୀ

ମସ୍କୋ: ରୁଷ୍ ରାଷ୍ଟ୍ରପତି ପୁଟିନ୍ ସୋମବାର ୟୁକ୍ରେନ୍‌ର ପଡୋଶୀ ରାଷ୍ଟ୍ରଗୁଡିକୁ ସାନି ଚେତାବନୀ ଦେଇଛନ୍ତିି । ଏହି ତାଲିକାରେ ନାଟୋ ସଦସ୍ୟ ରାଷ୍ଟ୍ର ରୋମାନିଆ ମଧ୍ୟ ରହିଛି । ଯଦି ଏହି ପଡୋଶୀ ରାଷ୍ଟ୍ରଗୁଡିକ ନିଜ ସୀମାରେ ୟୁକ୍ରେନ୍‌ର ଯୁଦ୍ଧବିମାନକୁ ଆଶ୍ରୟ ଦିଅନ୍ତି, ତେବେ ପରିଣତି ସାଂଘାତିକ ହେବ ବୋଲି ପୁଟିନ୍ କହିଛନ୍ତି ।

ରୁଷ୍ ପକ୍ଷରୁ ଆକ୍ରମଣ ଆରମ୍ଭ ହେବାପରଠାରୁ ୟୁକ୍ରେନ୍ ତାହାର ଅଧିକାଂଶ ଯୁଦ୍ଧବିମାନକୁ ପଡୋଶୀ ରାଷ୍ଟ୍ରରେ ଲୁଚାଇ ରଖିଛି ବୋଲି ରୁଷ୍ ଦାବି କରିଛି । ୟୁକ୍ରେନ୍‌କୁ ଏଭଳି ସହାୟତା ଦେଉଥିବା ରାଷ୍ଟ୍ରଗୁଡିକ ରୁଷ୍ ବିରୋଧରେ ଯୁଦ୍ଧ ଷଡଯନ୍ତ୍ର କରୁଛନ୍ତି ବୋଲି ରୁଷ୍ କହିଛି । ଆବଶ୍ୟକ ପଡିଲେ ୟୁକ୍ରେନ୍ ବିମାନ ରହିଥିବା ଏହି ରାଷ୍ଟ୍ରଗୁଡିକର ବାୟୁସେନା ଘାଟିକୁ ବୋମାମାଡ ଜରିଆରେ ଉଡାଇ ଦିଆଯିବ ବୋଲି ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଇଗୋର କୋଦାସେଙ୍କୋଭ୍ ଧମକ ଦେଇଛନ୍ତି ।

Leave A Reply

Your email address will not be published.