ରୁଷ-ୟୁକ୍ରେନ ଯୁଦ୍ଧ: ତୁରନ୍ତ ଖାର୍କିଭ ଛାଡିବାକୁ ନାଗରିକଙ୍କୁ କହିଲା ଭାରତ

କିଭ୍: ୟୁକ୍ରେନରେ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ଖାର୍କିଭରେ ରହୁଥିବା ନାଗରିକଙ୍କ ପାଇଁ ଏକ ନୂତନ ପରାମର୍ଶ ଜାରି କରି ସେମାନଙ୍କୁ ତୁରନ୍ତ ସେହି ଅଂଚଳ ଛାଡି ଚାଲିଯିବାକୁ କହିଛି। ଭାରତୀୟମାନଙ୍କୁ ପେସୋଚିନ୍, ବାବାୟେ ଏବଂ ବେଜଲିଉଡୋଭାରେ ପହଞ୍ଚିବାକୁ କୁହାଯାଇଛି। ଏହି ପରାମର୍ଶରେ କୁହାଯାଇଛି, ଖାର୍କିଭରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଜରୁରୀ ପରାମର୍ଶ। ସୁରକ୍ଷା ଏବଂ ନିରାପତ୍ତା ନିମନ୍ତେ, ଖରାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ତୁରନ୍ତ ଖାର୍କିଭ ଛାଡି ଚାଲିଯାଆନ୍ତୁ।

ଇତି ମଧ୍ୟରେ, ଆଜି ସୁଦ୍ଧା ମୋଟ ୧୬ଟି ବିମାନରେ ୟୁକ୍ରେନରୁ ଭାରତୀୟ ନାଗରିକଙ୍କୁ ଫେରାଇ ଅଣାଯାଇଛି। ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି ଯେ ଭାରତୀୟ ନାଗରିକମାନେ କିଭ୍ ଛାଡିଛନ୍ତି ଏବଂ ୟୁକ୍ରେନର ପ୍ରାୟ ୬୦% ଭାରତୀୟଙ୍କୁ ଦେଶକୁ ଅଣାଯାଇଛି। ସେ କହିଛନ୍ତି, ଆମର ସମସ୍ତ ନାଗରିକ କିଭ୍ ସହରରୁ ଆସି ସାରିଛନ୍ତି। ସେଠାରେ ଆମର ଆଉ ନାଗରିକ ନାହାଁନ୍ତି, କେହି ଆମ ସହ ଯୋଗାଯୋଗ କରିନାହାଁନ୍ତି। ଆମର ସମସ୍ତ ଅନୁସନ୍ଧାନରୁ ଜଣାପଡିଛି ଯେ ଆମର ପ୍ରତ୍ୟେକ ନାଗରିକ କିଭ୍ ଛାଡି ସାରିଛନ୍ତି।ସେ କହିଛନ୍ତି ଯେ ୟୁକ୍ରେନର ଥିବା ପ୍ରାୟ ୨୦ ହଜାର ଭାରତୀୟ ନାଗରିକଙ୍କ ମଧ୍ୟରୁ ୧୨ ହଜାର ଭାରତ ଫେରିଛନ୍ତି।

କେମିତି ଖାରକିଭ୍‌ ଛାଡ଼ିବେ ଭାରତୀୟ ?

ସପ୍ତମ ଦିନରେ ପହଞ୍ଚିଛି ରୁଷ୍‌-ୟୁକ୍ରେନ ଯୁଦ୍ଧ। ବୁଧବାର ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏକ ନୂଆ ପରାମର୍ଶ ଜାରି କରାଯାଇଛି। ଖାରକିଭ୍‌ରେ ଥିବା ସମସ୍ତ ଭାରତୀୟଙ୍କୁ ସେମାନଙ୍କ ସୁରକ୍ଷା ପାଇଁ ତୁରନ୍ତ ଖାରକିଭ୍‌ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ଅପରପକ୍ଷେ ପରାମର୍ଶ ଜାରି ହେବାର କିଛି ସମୟ ମଧ୍ୟରେ ଖାରକିଭରେ ମିସାଇଲ୍‌ ମାଡ ହୋଇଛି। ଏକ କ୍ରୁଜ୍‌ କ୍ଷେପଣାସ୍ତ୍ର ଖାରକିଭରେ ସିଟି କାଉନ୍‌ସିଲ ବିଲ୍‌ଡିଂରେ ମାଡ ହୋଇଛି। ତେବେ ଏଭଳି ପରିସ୍ଥିତିରେ ସେଠାରେ ଥିବା ଭାରତୀୟ କେମିତି ତୁରନ୍ତ ଖାରକିଭ୍‌ ଛାଡ଼ିବେ ସେନେଇ ଆଶଙ୍କା ପ୍ରକାଶ ପାଇଛି।

Leave A Reply

Your email address will not be published.