ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ଓ ସହାୟତା ପାଇଁ ୟୁରୋପ ଗଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ୟୁକ୍ରେନରେ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବାରେ ସହାୟତା କରିବାକୁ କେନ୍ଦ୍ରମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଏବଂ ଜେନେରାଲ ଭିକେ ସିଂହ ୟୁରୋପ ଗସ୍ତ କରିଛନ୍ତି। ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ସ୍ଥାନାନ୍ତର କରିବାରେ ସହାୟତା କରିବାକୁ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ ବୁଦାପେଷ୍ଟରେ ପହଂଚିବେ। ଏକ ଟୁଇଟ୍‌ରେ ଶ୍ରୀ ପୁରୀ କହିଛନ୍ତି ଯେ ଦେଶର ଯୁବ ଛାତ୍ରମାନଙ୍କୁ ନିରାପଦରେ ଘରକୁ ଫେରାଇ ଆଣିବାକୁ ସମସ୍ତେ ପ୍ରସ୍ତୁତ ଅଛନ୍ତି। ଇସ୍ତାନବୁଲରେ ଇନ୍ଧନ ଭରିବା ପାଇଁ ତାଙ୍କ ବିମାନ ଅବତରଣ କରିବ ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂ ମଧ୍ୟ ପୋଲାଣ୍ଡ ସୀମାର ୟୁକ୍ରେନ ପାର୍ଶ୍ୱରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବାରେ ସରକାରଙ୍କ ଉଦ୍ୟମକୁ ସଶକ୍ତ କରିବା ପାଇଁ ପୋଲାଣ୍ଡ ଅଭିମୁଖେ ଯାଉଛନ୍ତି। ପୋଲାଣ୍ଡରେ ଥିବା ଭାରତୀୟ ରାଷ୍ଟ୍ରଦୂତ ମଧ୍ୟ ପୋଲାଣ୍ଡର ସୀମା ପଏଣ୍ଟ ନିକଟରେ ଉପସ୍ଥିତ ଅଛନ୍ତି।

Leave A Reply

Your email address will not be published.