କଚ୍ଚା ବାଦାମ୍ ପକ୍କା ହେଲା: ପୀୟୂଷ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା ଏହି ଲୋକପ୍ରିୟ ଗୀତର ଏକ ପଦକୁ ଟ୍ୱିଟ୍ କରିଛନ୍ତି କେନ୍ଦ୍ର ବାଣିଜ୍ୟମନ୍ତ୍ରୀ ପୀୟୂଷ ଗୋୟଲ । ଭାରତରେ ଗତ ୫୩ ଦିନ ଅବଧିରେ ୧୦ଟି ୟୁନିକର୍ଣ୍ଣ ପଞ୍ଜୀକୃତ ହୋଇଛନ୍ତି । ଗତ ମଙ୍ଗଳବାର ହସୁରା ଷ୍ଟାର୍ଟଅପ୍ ୧୦୦ ନିୟୁତ ଡଲାର୍ ପୁଞ୍ଜି ଯୋଗାଡ଼ କରିବାରେ ସକ୍ଷମ ହୋଇ ୧ ବିଲିୟନ୍ ଡଲାର୍ ପୁଞ୍ଜିକରଣରେ ପହଞ୍ଚିଛି ବୋଲି ଘୋଷଣା କରିଛି । ଭାରତର ଏହି ଉପଲବ୍‌ଧିକକୁ ସାମାଜିକ ଗଣମାଧ୍ୟମରେ ବଙ୍ଗଳା ବାଦାମ ବିକାଳୀର ଲୋକପ୍ରିୟ ଗୀତକୁ ଉଦ୍ଧୃତ କରି କେନ୍ଦ୍ରମନ୍ତ୍ରୀ ପୋଷ୍ଟ କରିଛନ୍ତି ଯାହା ଭାଇରାଲ୍ ହେବାରେ ଲାଗିଛି । ସେ ଏହି ଲୋକପ୍ରିୟ ଗୀତର ଗାୟକ ଭୂବନ ବୈଦ୍ୟକାରଙ୍କ ଫଟୋ ମଧ୍ୟ ଶେୟାର୍ କରିଛନ୍ତି ।

Leave A Reply

Your email address will not be published.