ଭାରତରେ ପହଞ୍ଚିଲା ଆଉ ୩ ରାଫେଲ

ନୂଆଦିଲ୍ଲୀ : ମଙ୍ଗଳବାର ଫ୍ରାନ୍ସରୁ ଆଉ ୩ଟି ରାଫେଲ ଯୁଦ୍ଧବିମାନ ଭାରତରେ ପହଞ୍ଚିଛି । ଫଳରେ ଏଗୁଡିକୁ ମିଶାଇ ୩୬ ମଧ୍ୟରୁ ମୋଟ ୩୫ଟି ରାଫେଲ ଭାରତର ହସ୍ତଗତ ହୋଇଛି । ଆଗାମୀ କିଛି ସପ୍ତାହ ମଧ୍ୟରେ ଶେଷ ରାଫେଲ ଭାରତରେ ପହଞ୍ଚିବ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି । ଭାରତ ୫୬ ହଜାର କୋଟି ଟଙ୍କାରେ ଫ୍ରାନ୍ସର ଡାସଲ୍ଟ ଆଭିଏସନ କମ୍ପାନୀ ନିକଟରୁ ୩୬ଟି ରାଫେଲ କିଣିବାକୁ ଚୁକ୍ତି କରିଥିଲା ।

Leave A Reply

Your email address will not be published.