କ୍ଲାସ୍ ରୁମରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚଳିତବର୍ଷର ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଅଫଲାଇନରେ ଆୟୋଜିତ ହେବ । ବୁଧବାର ଏକ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଅନ୍‌ଲାଇନରେ ଆୟୋଜନ କରିବାକୁ ଏହି ପିଟିସନରେ ଆବେଦନ କରାଯାଇଥିଲା ।

ସିବିଏସ୍‌ଇ, ଆଇସିଏସ୍‌ଇ, ଏନ୍‌ଆଇଓଏସ୍‌ ଏବଂ ରାଜ୍ୟମାନଙ୍କ ତରଫରୁ ଆୟୋଜନ କରାଯାଉଥିବା ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଅଫଲାଇନରେ ହିଁ କରାଯିବ ବୋଲି ଜଷ୍ଟିସ ଏ.ଏମ୍‌ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ କହିଥିଲେ, ଅନ୍‌ଲାଇନ ପରୀକ୍ଷା ପାଇଁ ଦାବି କରିବା ବଦଳରେ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ କରିବାକୁ ଦିଆଯାଉ । ନଚେତ୍‌ ଏହା ଛାତ୍ରଛାତ୍ରୀଙ୍କ ମନରେ ନିରାଶବାଦ ସୃଷ୍ଟି କରିବ । ସେମାନେ ପରୀକ୍ଷା ପ୍ରସ୍ତୁତିକୁ ନେଇ ଦ୍ୱନ୍ଦ୍ୱରେ ରହିବେ । ପଟିସନ ଦାଖଲକାରୀ କହିଥିଲେ, କରୋନା ସଂକ୍ରମଣ ହ୍ରାସ ପାଇବା ପରେ ମଧ୍ୟ ଅଫ୍‌ଲାଇନରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯାଇନାହିଁ । ପାଠ୍ୟକ୍ରମ ମଧ୍ୟ ଶେଷ ହୋଇନାହିଁ । ଏଣୁ ଅଫଲ୍‌ଇନ ପରୀକ୍ଷା ରଦ୍ଦ କରି ଏହାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ। ଏହାର ଉତ୍ତରରେ ଖଣ୍ଡପୀଠ କହିଥିଲେ, ପାଠ୍ୟକ୍ରମ ଶେଷ କରିବା ପରେ ହିଁ ଅଫ୍‌ଲାଇନ ପରୀକ୍ଷା ହେବ ।

Leave A Reply

Your email address will not be published.