ୟୁକ୍ରେନ୍ ଯିବ ୪ ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ୟୁକେନ୍ ସ୍ଥିତି ବିପନ୍ନ ହୋଇପଡିଥିବାରୁ ସେଠାରେ ବସବାସ କରୁଥିବା ପ୍ରାୟ ୨୦ ହଜାର ଭାରତୀୟଙ୍କ ସୁରକ୍ଷାକୁ ନେଇ ଭାରତ ସରକାର ଚିନ୍ତିତ ହୋଇପଡିଛନ୍ତି । ସେମାନଙ୍କୁ ତୁରନ୍ତ ସ୍ୱଦେଶ ଫେରିଆସିବାକୁ କିଏଭ୍‌ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ମଙ୍ଗଳବାର ସାନି ପରାମର୍ଶ ଦିଆଯାଇଛି । ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଭାରତ ପକ୍ଷରୁ ସେଠାକୁ ଆଉ ୪ଟି ଯାତ୍ରୀବାହୀ ବିମାନ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି ।

ପୂର୍ବ ଘୋଷଣା ଅନୁଯାୟୀ ମଙ୍ଗଳବାର ସକାଳେ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ (ଡ୍ରିମ୍‌ଲାଇନର ବି-୭୮୭) ୟୁକ୍ରେନ୍ ଯାତ୍ରା କରିଛି । ଆସନ୍ତା ଶନିବାର ସୁଦ୍ଧା ଏୟାର ଇଣ୍ଡିଆର ଆଉ ୨ଟି ସ୍ୱତନ୍ତ୍ର ବିମାନ ୟୁକ୍ରେନ୍‌ରେ ପହଞ୍ଚି ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବ ବୋଲି ଯୋଜନା ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.