ରୁଷିଆ-ୟୁକ୍ରେନ୍‌ ବିବାଦ: କଟକଣା ଘୋଷଣା କଲେ ବାଇଡେନ୍

ନୂଆଦିଲ୍ଲୀ : ୟୁକ୍ରେନ୍‌-ରୁଷିଆ ବିବାଦ ବଢ଼ିଚାଲିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଦ୍ବାରା ପୂର୍ବ ୟୁକ୍ରେନ୍‌କୁ ୨ ଅଞ୍ଚଳକୁ ୨ଟି ରାଜ୍ୟ‌ ଘୋଷଣା କରିବା ପରେ ବିଶ୍ବବ୍ୟାପୀ ପ୍ରତିକ୍ରିୟା ଦେଖାଯାଇଛି। ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଦେଶବାସୀକୁ ସମ୍ବୋଧନ କରିଛନ୍ତି। ରାଷ୍ଟ୍ରପତି ବାଇଡେନ କହିଛନ୍ତି ଯେ, ଆମେ ପରିସ୍ଥିତି ଉପରେ ନଜର ରଖିଛୁ। ଏହି ପରିସ୍ଥିତି ମୁକାବିଲା କରିବା ପାଇଁ କଡ଼ା ପଦକ୍ଷେପ ନେବାକୁ ଯାଉଛୁ।

ଆମେରିକା ରାଷ୍ଟ୍ରପତି ବାଇଡେନ୍‌ କହିଛନ୍ତି ଯେ, ଆମ ତରଫରୁ ରକ୍ଷାତ୍ମକ ପଦକ୍ଷେପ ନିଆଯାଉଛି। ୨ଟି ରୁଷୀୟ ଆର୍ଥିକ ସଂସ୍ଥା ଉପରେ କଟକଣା ଲଗାଇ ବାଇଡେନ କହିଛନ୍ତି ଯେ, ରୁଷିଆ, ପଶ୍ଚିମ ଦେଶଗୁଡ଼ିକ ସହିତ ବ୍ୟବସାୟ କରିପାରିବ ନାହିଁ। ଆମ ପାଖରେ ଏକାଧିକ ପଦକ୍ଷେପ ନେବାର ଯୋଜନା ରହିଛି। ସେ ରୁଷିଆକୁ ପଶ୍ଚିମ ଦେଶଗୁଡ଼ିକରୁ ମିଳିବାକୁ ଥିବା ସହାୟତା ଉପରେ ମଧ୍ୟ କଟକଣା ଲଗାଯିବ। ରୁଷିଆ ତରଫରୁ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରାଯାଇଛି। ୟୁକ୍ରେନ୍‌ ସୀମାରେ ରୁଷିଆ ସେନା ଛାଉଣୀ କରିଛି।

ରୁଷିଆର ରାଷ୍ଟ୍ରପତି ଘୋଷଣା କରିଛନ୍ତି ଯେ, ଡୋନେସ୍ତକ ପିପଲ୍ସ ରିପବ୍ଲିକ (ଡିପିଆର) ଓ ଲୁ୍ଙ୍ଗସ୍କ ପିପୁଲ୍ସ ରିପବ୍ଲିକ (ଏଲପିଆର)ର ମାନ୍ୟତା ଦ୍ବାରା ସମ୍ବନ୍ଧିତ କାର୍ଯ୍ୟକାରୀ ଆଦେଶ ଉପରେ ଦସ୍ତଖତ କରିଦେଇଛନ୍ତି। ପୁତିନଙ୍କ ହିସାବରେ ଡିପିଆରର ପ୍ରମୁଖ ଡେନିସ ପୁଶିଲିନ ଏବଂ ଏଲପିଆରର ପ୍ରମୁଖ ଲି‌ୟୋନିଦ ପାସଚନିକଙ୍କ ସହିତ ଦସ୍ତଖକ କରିଛନ୍ତି। ରୁଷିଆ ଓ ଡିପିଆର, ଏଲପିଆର ମଧ୍ୟରେ ସଂନ୍ଧି ମୈତ୍ରୀ, ସହଯୋଗ ଓ ପାରସ୍ପରିକ ସହାୟତାକୁ ନେଇ ପ୍ରସ୍ତୁତ ହୋଇଛି।

Leave A Reply

Your email address will not be published.