ୟୁକ୍ରେନରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି: ଭାରତୀୟଙ୍କୁ ସ୍ବଦେଶ ଫେରିବାକୁ ପରାମର୍ଶ

ନୂଆଦିଲ୍ଲୀ: ୟୁକ୍ରେନରେ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦୃଷ୍ଟିରୁ ଭାରତୀୟ ଛାତ୍ର ଓ ଦୂତାବାସ କର୍ମଚାରୀଙ୍କ ପରିବାରକୁ ସ୍ବଦେଶ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ୟୁକ୍ରେନର ରାଜଧାନୀ କିଭ୍‌ରେ ଥିବା ଭାରତୀୟ ଦୂତାବାସର ଅଧିକାରୀଙ୍କ ପରିବାର ସଦସ୍ୟଙ୍କୁ ଭାରତ ଫେରିବାକୁ କୁହାଯାଇଛି ବୋଲି ସୂତ୍ରରୁ ପ୍ରକାଶ। ଦେଶର ପୂର୍ବ ଭାଗରେ ଉଭୟ ୟୁକ୍ରେନ ଏବଂ ଋଷ ସମର୍ଥିତ ବିଦ୍ରୋହୀ ବାହିନୀର ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ହେତୁ ସରକାରଙ୍କ ଆଦେଶ କ୍ରମେ ଉତ୍ତେଜନା ବଢିବାରେ ଲାଗିଛି। 

ୟୁକ୍ରେନର ପରିସ୍ଥିତିକୁ ନେଇ ଜାରି ରହିଥିବା ଉତ୍ତେଜନା ଏବଂ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ସମସ୍ତ ଭାରତୀୟ ନାଗରିକ ଯାହାର ରହଣି ଜରୁରୀ ନୁହେଁ ଏବଂ ସମସ୍ତ ଭାରତୀୟ ଛାତ୍ରଙ୍କୁ ଅସ୍ଥାୟୀ ଭାବରେ ୟୁକ୍ରେନ ଛାଡିବାକୁ ପରାମର୍ଶ ଦିଆଯାଇଛି। ବାଣିଜ୍ୟିକ ବିମାନ ଏବଂ ଚାର୍ଟର୍ ଫ୍ଲାଇଟ୍ କ୍ରମାଗତ ଏବଂ ଠିକ ସମୟରେ ଯାତ୍ରା ପାଇଁ ଯାତ୍ରା ପାଇଁ ଉପଲବ୍ଧ ହୋଇପାରେ ବୋଲି କିଭ୍‌ରେ ଥିବା ଭାରତୀୟ ଦୂତାବାସ ଏକ ସାର୍ବଜନୀନ ଘୋଷଣାରେ କହିଛନ୍ତି।

ସାମୟୀକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଟିକେଟ୍‌ର ମୂଲ୍ୟ ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଥିବାରୁ ଛାତ୍ରମାନେ ବ୍ୟବସାୟିକ ବିମାନ ଉଡ଼ାଣରେ ଅସମର୍ଥ ବୋଲି ଛାତ୍ରମାନେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ୟୁକ୍ରେନରେ ପ୍ରାୟ ୧୮,୦୦୦ ଭାରତୀୟ ଅଛନ୍ତି, ସେମାନଙ୍କୁ ସ୍ଥାନାନ୍ତର କରାଯିବା ଆବଶ୍ୟକ। ଋଷ ସହିତ ସାମରିକ ତିକ୍ତତାକୁ ଦୃଷ୍ଟିରେ ରଖି ୟୁକ୍ରେନରୁ ବିମାନ ଉଡ଼ାଣ ମଧ୍ୟ କଷ୍ଟସାଧ୍ୟ ହୋଇପଡିଛି।

Leave A Reply

Your email address will not be published.