ମସ୍କଙ୍କ ଦାନ: କ୍ଷୁଧାମୁକ୍ତ ବିଶ୍ବ ପାଇଁ ୪୩ ହଜାର କୋଟି

ନ୍ୟୁୟର୍କ : ବିଶ୍ବରୁ କ୍ଷୁଧା ଦୂର ପାଇଁ ସର୍ବାଧିକ ଅର୍ଥ ଦାନ କରିଛନ୍ତି ବିଶ୍ବର ସର୍ବଶ୍ରେଷ୍ଠ ଧନୀ ଏଲନ ମସ୍କ। ଜାତିସଂଘ ପକ୍ଷରୁ ଗତ ନଭେମ୍ବରରେ ବିଶ୍ବକୁ କ୍ଷୁଧାମୁକ୍ତ ପାଇଁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ପାଇଁ ସେ ନିଜ କମ୍ପାନୀ ଟେସଲାର ପ୍ରାୟ ୫.୭ ବିଲିୟନ  ଡଲାର ମୂଲ୍ୟର ଅଂଶଧନ ଦାନ କରିଛନ୍ତି।

ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ହେବ ପ୍ରାୟ ୪୩ ହଜାର କୋଟି ଟଙ୍କା ଆକଳନ କରାଯାଇଛି। ଗତ ବର୍ଷ ନଭେମ୍ବର ୧୯ରୁ ୨୯ ମଧ୍ୟରେ ସେ ଟେସଲାର ପ୍ରାୟ ୫୦,୦୪୪,୦୦୦ଟି ଅଂଶଧନ ଜନକଲ୍ୟାଣ ଉଦ୍ଧେଶ୍ୟରେ ଦାନ କରିଥିବା ଏଥିରେ ଦର୍ଶାଯାଇଛି। ସିଏନଏସ ସୂଚନାନୁସାରେ ମସ୍କଙ୍କ ମୋଟ ସଂପତ୍ତିର ମାତ୍ର ୨ ପ୍ରତିଶତ ବିଶ୍ବରୁ କ୍ଷୁଧା ଦୂର କରିବାକୁ ସକ୍ଷମ। ଏହାଦ୍ବାରା ପ୍ରାୟ ୪୨ ନିୟୁତ ଲୋକଙ୍କୁ ଅନାହାର ମୃତ୍ୟୁ କବଳରୁ ରକ୍ଷା କରାଯାଇପାରିବ ବୋଲି ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଡେଭିଡ୍ ବେସଲେ କହିଥିଲେ।

Leave A Reply

Your email address will not be published.