ଋଷ ଆକ୍ରମଣ କଲେ ଶୀଘ୍ର ଦିଆଯିବ ଜବାବ -ବାଇଡେନ୍

ନୂଆଦିଲ୍ଲୀ : ବାଇଡେନ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଆଶ୍ୱସନା ଦେଇ ନିଶ୍ଚିତ କରିଛନ୍ତି ଯେ, ଆମେରିକା ଓ ତାର ସହଯୋଗୀ ଦେଶ ଆକ୍ରମଣର ଶୀଘ୍ର ଓ ନିର୍ଣ୍ଣାୟକ ଜବାବ ଦେବେ । ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାଇଡେନ ସ୍ପଷ୍ଟ କରିଛନ୍ତି ଯେ, ୟୁକ୍ରେନ ଉପରେ ଆକ୍ରମଣ କଲେ ଆମେରିକା ନିର୍ଣ୍ଣାୟକ ଜବାବ ଦେବ । ଗତକାଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ୟୁକ୍ରେନ ସଙ୍କଟ ନେଇ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦୀର୍ଘ ୬୨ମିନିଟ ଧରି ହୋଇଥିଲା ଟେଲିଫୋନ କୁଟନୀତି ଆଲୋଚନା। କିନ୍ତୁ ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରିନଥିଲା । ଏହାପରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହୋଇଛନ୍ତି ବାଇଡେନ । ଯଦି ରକ୍ତପାତ ହୁଏ ତେବେ ବ୍ୟାପକ ଜୀବନହାନି ହେବା ନେଇ ଚେତାଇଛନ୍ତି ବାଇଡେନ। ଯୁଦ୍ଧ ଟାଳିବାକୁ ଆମେରିକା ୟୁକ୍ରେନକୁ ସମସ୍ତ କୁଟନୀତିଜ୍ଞ ସହାୟତା କରିବାକୁ ପ୍ରତିଶ୍ରୁତିବଦ୍ଧ ଥିବା ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.