ଫେବୃଆରୀ ୧୪କୁ ଅମର ଜୱାନ୍ ଦିବସ ଘୋଷଣା କରିବାକୁ ଦାବି

ଭ୍ୟାଲେଣ୍ଟାଇନ୍ ଡେ ପୂର୍ବରୁ ବଜରଙ୍ଗ ଦଳର ପ୍ରତିବାଦ

ତେଲେଙ୍ଗାନା : ରାତି ପାହିଲେ ଭ୍ୟାଲେଣ୍ଟାଇନ୍ ଡେ । ବିଶେଷ ଭାବରେ ପ୍ରେମୀ ଯୁଗଳଙ୍କ ପାଇଁ ଏହି ଦିନଟି ଅତି ଖାସ୍ ଦିନ ହୋଇଛି । ମାତ୍ର ପ୍ରତି ବର୍ଷ ଭଳି ଏବର୍ଷ ବି ଭ୍ୟାଲେଣ୍ଟାଇନ୍ ଡେକୁ ବିରୋଧ କରିବା ଆରମ୍ଭ କରିଛି ବଜରଙ୍ଗ ଦଳ । ଭ୍ୟାଲେଣ୍ଟାଇନ୍ ଡେ ପୂର୍ବରୁ ଆରମ୍ଭ ହୋଇଛି ବଜରଙ୍ଗ ଦଳର ପ୍ରତିବାଦ ।

ପୁରା ଦେଶ ବ୍ୟାପୀ ବଜରଙ୍ଗ ଦଳ ଭ୍ୟାଲେଣ୍ଟାଇନ୍ ଡେ କୁ ବିରୋଧ କରୁଥିବା ବେଳେ ତେଲେଙ୍ଗାନାରେ ସରକାରଙ୍କ ପାଖରେ ଭିନ୍ନ ଦାବି ଜଣାଇଛି ତେଲେଙ୍ଗାନା ବଜରଙ୍ଗ ଦଳ ।

ପୁଲୱାମା ଘଟଣାକୁ ନେଇ ଆସନ୍ତାକାଲି ତଥା ୧୪ ଫେବୃଆରୀକୁ ଅମର ଜୱାନ୍ ଦିମସ ଭାବରେ ପାଳନ କରାଯାଉ ବୋଲି ବଜରଙ୍ଗ ଦଳ ତେଲେଙ୍ଗାନା ସରକାରଙ୍କ ପାଖରେ ଦାବି ଜଣାଇଛି ।

Leave A Reply

Your email address will not be published.