ବଢ଼ିବ କର୍ମଚାରୀଙ୍କ ପିଏଫ ସୁଧ !

ନୂଆଦିଲ୍ଲୀ: ବଢ଼ିପାରେ କର୍ମଚାରୀଙ୍କ ପିଏଫ ସୁଧହାର ହାର । ସୂଚନା ମୁତାବକ ଆସନ୍ତା ମସ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ବା ଇପିଏଫଓ ପକ୍ଷରୁ ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ପ୍ରୋଭିଡେଣ୍ଟ ଫଣ୍ଡ ଉପରେ ଆଲୋଚନା ହେବ । ପ୍ରୋଭିଡେଣ୍ଟ ଫଣ୍ଡ ଉପରେ ମିଳୁଥିବା ସୁଧ ବଢ଼ାଇବା ନେଇ ଆଲୋଚନା ହୋଇପାରେ । ଇପିଏଫ ଜମା ରାଶି ଉପରେ ସୁଧର ମୂଲ୍ୟ ବୃଦ୍ଧି ହେବାକୁ ନେଇ ଗତବର୍ଷ ଅର୍ଥ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଥିଲା । ହେଲେ ସୁଧହାର କେତେ ବଢ଼ିବ ତାହା ସ୍ଥିର ହୋଇନଥିଲା । ତେବେ ଚଳିତ ବର୍ଷରେ ବସିବାକୁ ଥିବା ଏହି ବୈଠକରେ ପିଏଫ ସୁଧହାର ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.