ଦିଲ୍ଲୀରେ ରାତି ୧୧ଟାରୁ ନାଇଟ କର୍ଫ୍ୟୁ

ସୋମବାର ଠାରୁ ଖୋଲିବ ସ୍କୁଲ ଓ ଜିମ

ନୂଆଦିଲ୍ଲୀ: କରୋନା ସଂକ୍ରମଣ କମିବାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହି ଅନ୍ତର୍ଗତ ଦିଲ୍ଲୀରେ ଏବେ ଜିମ୍‌, ସ୍କୁଲ ଓ କଲେଜ ଖୋଲିବ । କାରରେ ଯଦି ଜଣେ ଏକାକୀ ଯାତ୍ରା କରିବା ସମୟରେ ମାସ୍କ ପିନ୍ଧି ନଥିବେ ତେବେ ଜୋରିମାନା ଭରିବାକୁ ପଡ଼ିବନି ।

ଫେବୃଆରୀ ୭ରୁ ପର୍ଯ୍ୟାୟକ୍ରମେ କଲେଜ ଓ କୋଚିଂ ଇନଷ୍ଟିଚ୍ୟୁଟ ଖୋଲିବ । ଫେବୃଆରୀ ୭ରେ ନବମରୁ ଦ୍ୱାଦଶ ଶ୍ରେଣୀ ଖୋଲାଯିବ । ପରେ ଫେବୃଆରୀ ୧୪ରୁ ନର୍ସରୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲାଯିବ କିନ୍ତୁ ସମ୍ପୂର୍ଣ୍ଣରୂପେ ଭ୍ୟାକ୍ସିନ ଡୋଜ୍ ଲଗାଇଥିବା ଶିକ୍ଷକଙ୍କୁ ସ୍କୁଲ ଭିତରକୁ ଯିବାକୁ ଅନୁମତି ଦିଆଯିବ । ରାତି ୧୧ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ । ସମସ୍ତ ଅଫିସ ଏବେ ୧୦୦ ପ୍ରତିଶତ କ୍ଷମତା ସହ କାର୍ଯ୍ୟକ୍ଷମ ହେବ ।

ସୂଚନାଯୋଗ୍ୟ, ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ (ଡୀଡୀଏମଏ) ବୈଠକ ଅପରାହ୍ନ ୧୨ଟାରେ ଭିଡିଓ କନଫ୍ରେନ୍ସିଂ ଜରିଆରେ ହୋଇଥିଲା । ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟା ପ୍ରେସ କନଫ୍ରେନ୍ସ କରି ନୂଆ ଗାଇଡଲାଇନ ସମ୍ପର୍କରେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.