ଦୀର୍ଘ ୧୫ବର୍ଷ ପରେ ବହୁଚର୍ଚ୍ଚିତ ଶିଳ୍ପା-ରିଚାର୍ଡ ଗେରେ ମାମଲାରେ କୋର୍ଟଙ୍କ ରାୟ : ଶିଳ୍ପା ସେଟ୍ଟୀ ଦୋଷମୁକ୍ତ

ମୁମ୍ୱାଇ: କିସ୍‌ ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଦୋଷମୁକ୍ତ । ଦୀର୍ଘ ୧୫ବର୍ଷ ପରେ ବହୁଚର୍ଚ୍ଚିତ ଶିଳ୍ପା-ରିଚାର୍ଡ ଗେରେ ମାମଲାରେ କୋର୍ଟ ଶୁଣାଇଛନ୍ତି ରାୟ । କହିଛନ୍ତି ଏହି ଘଟଣାରେ ଶିଳ୍ପା ଜଣେ ପୀଡ଼ିତା । ୨୦୦୭ ମସିହାରେ ରାଜସ୍ଥାନରେ ଆୟୋଜିତ ଏଡସ୍‌ ସଚେତନତା କାର୍ଯ୍ୟକ୍ରମରେ ଖୋଦ୍‌ ମଞ୍ଚ ଉପରେ ଶିଳ୍ପାଙ୍କୁ କିସ୍‌ କରିଥିଲେ ହଲିଉଡ ଅଭିନେତା ରିଚାର୍ଡ ଗେରେ ।

ଏହି ଘଟଣାକୁ ନେଇ ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ଦୁହିଁଙ୍କ ନାମରେ ତିନିଟି ମାମଲା ରୁଜୁ ହୋଇଥିଲା । ମାମଲାର ଶୁଣାଣି କରି ମୁମ୍ବାଇ ମେଟ୍ରୋପଲିଟାନ ମାଜିଷ୍‌ଟ୍ରେଟ କେତକୀ ଚଭନ ଦର୍ଶାଇଛନ୍ତି ଏହି ଘଟଣା ପରେ ଶିଳ୍ପା ନିଜ ଯୁକ୍ତି ଦର୍ଶାଇଥିଲେ । ସମସ୍ତ ଯୁକ୍ତି ଓ ଅଭିଯୋଗକୁ ଆଧାର କରି ଏହା ପ୍ରମାଣିତ ହୋଇଥିଲା ଯେ ଶିଳ୍ପାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ । ଏହି ଘଟଣାରେ ସେ ଜଣେ ପୀଡିତା । ୨୦୧୭ରେ ଏହି ମାମଲା ରାଜସ୍ଥାନରୁ ମୁମ୍ବାଇକୁ ନେବା ଲାଗି ଶିଳ୍ପା ଯେଉଁ ଆବେଦନ କରିଥିଲେ ତାହାକୁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଇଥିଲେ ।

Leave A Reply

Your email address will not be published.