ସାରାଙ୍କ ଭ୍ୟାନିଟ ଭ୍ୟାନରେ BLAST

ମୁମ୍ବାଇ: ବଲିଉଡ଼ର ‘ଚକାଚକ୍‌’ ଗର୍ଲ ସାରା ଅଲ୍ଲୀ ଖାନ ଏବେ ଆକ୍ଟର ବିକି କୌଶଲଙ୍କ ସହିତ ନିଜର ଆଗାମୀ ଫିଲ୍ମ ପାଇଁ ସୁଟିଂ କରୁଛନ୍ତି । ତେବେ ରବିବାର ସକାଳେ ସେ ସୁଟିଂ ପାଇଁ ମେକ-ଅପ୍‌ ନେଉଥିବା ବେଳେ ତାଙ୍କ ଭ୍ୟାନିଟି ଭ୍ୟାନରେ ହୋଇଛି ବିସ୍ଫୋରଣ । ଏହାପରେ ସାରାଙ୍କ ସମେତ ମେକ-ଅପ ଆର୍ଟିଷ୍ଟ ସମସ୍ତେ ଭୟଭୀତ ହୋଇପଡ଼ିଥିବା ବେଳେ ଏହାର ଭିଡ଼ିଓକୁ ସାରା ନିଜ ସୋସିଆଲ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଭିଡ଼ିଓକୁ ଦେଖିବା ପରେ ଫ୍ୟାନ୍ସ ଚିନ୍ତା ବଢିଯାଇଥିବା ଦେଖିବାକୁ ମିଳିଛି । ଭ୍ୟାନିଟି ଭ୍ୟାନ୍‌ରେ ବସି ମେକ-ଅପ୍‌ ଆର୍ଟିଷ୍ଟଙ୍କ ସହିତ ସାରା କଥା ହେଉଥିବା ସମୟରେ ହୋଇଥିଲା ଏହି ବ୍ଲାଷ୍ଟ । ଏହାପରେ ଭୟରେ ଚିତ୍କାର କରିଥିଲେ ସାରା । ଏହି ଭିଡ଼ିଓର କ୍ୟାପସନରେ ଭୂତ ଇମୋଜି ସହିତ Morning like this(ସକାଳ ଏହିପରି) ଲେଖି ସେୟାର କରିଛନ୍ତି । ଏହାସହିତ ଏଥିରେ ଇଲେକ୍ଟ୍ରିକ ବଲ୍‌ବ ଓ ବ୍ଲାଷ୍ଟର ଇମୋଜି ମଧ୍ୟ ସେୟାର କରିଛନ୍ତି । ଏଥିରୁ ଜଣାପଡୁଛି ଯେ ମେକ-ଅପ୍‌ ଆଇନାରେ ଲାଗିଥିବା ବଲ୍‌ବ ଫାଟି ଏହି ବିସ୍ଫୋରଣ ଘଟିଛି ।

Leave A Reply

Your email address will not be published.