ମା’ ହେଲେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା

ନୂଆଦିଲ୍ଲୀ: ମା’ ହେଲେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଏନେଇ ପ୍ରିୟଙ୍କା ଚୋପ୍ରା ଶୁକ୍ରବାର ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ସରୋଗେସି ଜରିଆରେ ମା’ ହୋଇଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଏନେଇ ଖୁସିବ୍ୟକ୍ତ କରିଛନ୍ତି ପ୍ରିୟଙ୍କା ଓ ସ୍ୱାମୀ ନିକ୍‌ ଜୋନସ । ପ୍ରିୟଙ୍କା ଓ ନିକ୍‌ ସରୋଗେସି ଜରିଆରେ ସନ୍ତାନ ପାଇବା ଲାଗି ନିଷ୍ପତ୍ତି ନେଇଥିଲେ ।
ମା’ ହେବା ପରେ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ଲେଖିଛନ୍ତି – ଆପଣ ଜାଣି ଖୁସି ହେବେ ଯେ ଆମେ ସରୋଗେସି ମାଧ୍ୟମରେ ଆମ ସନ୍ତାନକୁ ସ୍ୱାଗତ କରୁଛୁ । ଆମେ ଏହି କଥାକୁ ଗୋପନୀୟ ରଖିଥିଲୁ କାରଣ ସେହି ସମୟରେ ଆମେ ଆମ ପରିବାର ଉପରେ ଧ୍ୟାନ ଦେବାକୁ ଅଧିକ ଗୁରୁତ୍ୱ ଦେଇଥିଲୁ । ଏଥିପାଇଁ କହିଥିଲୁ କି ଠିକ୍‌ ସମୟ ଆସିଲେ ନିଶ୍ଚିତ ଜଣାଇବୁ । ଏବେ ସେହି ଖୁସିର ସମୟ ଆସିଛି । ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ । କିନ୍ତୁ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନାହାନ୍ତି ତାଙ୍କର ପୁଅ ହୋଇଛି ନା ଝିଅ ।

ସୂଚନା ଅନୁସାରେ, ୨୦୧୮ରେ ୩୯ ବର୍ଷିୟ ପ୍ରିୟଙ୍କା ଚୋପ୍ରା, ୨୯ ବର୍ଷିୟ ଆମେରିକାନ ସିଙ୍ଗର ନିକ୍‌ ଜୋନସଙ୍କୁ ବିବାହ କରିଥିଲେ । ଏହି ଦୁଇ ସେଲିବ୍ରେଟି ରାଜସ୍ଥାନ ଯୋଧପୁରର ଉମ୍ମ?ଦ ଭବନ ପ୍ୟାଲେସରେ ହିନ୍ଦୁ ଓ ଇସାଇ ରିତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲା ।

Leave A Reply

Your email address will not be published.