କୋଭିଡରୁ ଠିକ୍‌ ହେବାର ୩ ମାସ ପରେ ନେବେ ଟିକା: କେନ୍ଦ୍ରର ନୂଆ ନିୟମ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ବଢ଼ୁଥିବା ବେଳେ କେନ୍ଦ୍ର ସରକାର ଟିକାକରଣ ନେଇ ନୂଆ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଥିରେ କୁହାଯାଉଛି କୋଭିଡ ଆକ୍ରାନ୍ତ ଠିକ୍‌ ହେବାର ତିନି ମାସ ପରେ ଟିକା ନେଇପାରିବେ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଅବଗତ କରାଇଛି । ନୂଆ ନିର୍ଦ୍ଦେଶ ପ୍ରକାରେ, ବୁଷ୍ଟର ଡୋଜ୍‌ ମଧ୍ୟ ଦିଆଯିବ ।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, କେତେକ ସ୍ଥାନରେ ଭୁଲ୍‌ ବଶତଃ ଟିକା ନେଇ ନଥିବା ବେଳେ ଭ୍ୟାକ୍ସିନେଟେଡ୍‌ ଲେଖା ଯାଇଛି । ଏହାକୁ ନିଜେ ଠିକ୍‌ କରିପାରିବେ । ଅନଲାଇନ୍‌ ଅନୁରୋଧର ୩ରୁ ୭ ଦିନ ମଧ୍ୟରେ ଏହା ପରିବର୍ତ୍ତନ ହୋଇଯିବ ।

ସଂକ୍ରମିତ ଠିକ୍‌ ହେବାର ତିନିମାସ ପରେ କୋଭିଡ୍‌ ଟିକା ନେଇ ପାରିବେ । ସେହି ଅନୁସାରେ ବୁଷ୍ଟର ଡୋଜ୍‌ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏଥିସହ କେନ୍ଦ୍ର ସରକାର କୋୱିନ୍‌ ଆପରେ ଗୋଟିଏ ମୋବାଇଲ୍‌ ନମ୍ବରରେ ୪ ଜଣଙ୍କ ବଦଳରେ ୬ ଜଣ ପଞ୍ଜିକରଣ କରି ଟିକା ନେଇପାରିବେ ବୋଲି କହିଛନ୍ତି । ଏଥିସହ ଟିକା ନେଇଥିବା ଲୋକ ଟିକାକରଣ ଷ୍ଟାଟସକୁ ବଦଳାଇ ପାରିବେ ।

Leave A Reply

Your email address will not be published.