ଅପୂର୍ବ ମିଳନ : ୭୪ ବର୍ଷର ବିଚ୍ଛେଦ ପରେ ଭାଇକୁ ଦେଖିଲା ଭାଇ

କର୍ତାରପୁର: ୭୪ ବର୍ଷର ବିଚ୍ଛେଦ । ଯେତେବେଳେ ପରସ୍ପରକୁ ଦେଖିଲେ ଦୀର୍ଘ ବର୍ଷ ବିଚ୍ଛେଦର କୋହ ଲୁହ ହୋଇ ଆଖିରୁ ବୋହି ଯାଇଥିଲା । ପାକିସ୍ତାନର କର୍ତାରପୁର ସ୍ଥିତ ଗୁରୁଦ୍ୱାରା ଦରବାର ସାହିବରେ ଘଟିଛି ଏହି ଅପୂର୍ବ ମିଳନ । ଭାରତ, ପାକିସ୍ତାନ ବିଭାଜନ ବେଳେ ଅଲଗା ହୋଇଥିବା ଦୁଇ ଭାଇଙ୍କ ହୋଇଛି ମିଳିନ । ଆଉ ଏହି ମିଳନର ଦୃଶ୍ୟ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ପିଲାଦିନୁ ଅଲଗା ହୋଇଯାଇଥିବା ଦୁଇ ଭାଇଙ୍କ ପରିଣତ ବୟସରେ ଏହି ମିଳନ ସେମାନଙ୍କ ଭଙ୍ଗା ସଂସାରକୁ ପୁଣି ଥରେ ପୂରା କରିପାରିଛି । ଏହାସହ ଏହା ବି ସୂଚାଉଛି ଭାରତଠାରୁ ପାକିସ୍ତାନ ଅଲଗା ହେବାର ସେହି କଳାଦିନ ଏମିତି କେତେ ଭାଇଙ୍କୁ ଅଲଗା କରିଛି ଓ କେତେ ଘରକୁ ଭାଙ୍ଗି ଦେଇଛି । ଯେଉଁମାନେ ଏବେ ବି ଦୁଇ ଦେଶ ମଧ୍ୟରେ ବାଣ୍ଟି ହୋଇଯାଇଥିବା ନିଜ ସମ୍ପର୍କୀୟଙ୍କୁ ଥରେ ଦେଖିବାକୁ ଝୁରି ହେଉଛନ୍ତି ।

ପାକିସ୍ତାନର କର୍ତାରପୁରରେ ଥିବା ଗୁରୁଦ୍ୱାରା ଦରବାର ସାହିବ ଦୁଇ ଦେଶର ଲୋକଙ୍କ ପାଇଁ ଖୋଲିଛି । ଶିଖଙ୍କ ଏହି ପବିତ୍ର ତୀର୍ଥସ୍ଥଳକୁ ଭାରତୀୟମାନେ ବିନା ଭିସାରେ ଯାଇପାରୁଛନ୍ତି । ଏଠାକୁ ଭାରତର ପଞ୍ଜାବରେ ଥିବା ହବିବ ଯାଇଛନ୍ତି । ସେଠାରେ ତାଙ୍କର ଭେଟ ହୋଇଛି ସାନ ଭାଇ ମହମ୍ମଦ ସିଦ୍ଦିକଙ୍କ ସହ । ଯିଏ ପିଲା ଥିବା ବେଳେ ଭାରତ-ପାକିସ୍ତାନ ବିଭାଜନ କାରଣରୁ ପରିବାରର ଅନ୍ୟ ସଦସ୍ୟଙ୍କ ସହ ପାକିସ୍ତାନ ଚାଲିଯାଇ ଫଏସଲାବାଦରେ ରହୁଛନ୍ତି ।

Leave A Reply

Your email address will not be published.