ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ କରୋନା

ମୁମ୍ବାଇ: ପ୍ରସିଦ୍ଧ କଣ୍ଠଶିଳ୍ପୀ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର କରୋନା ସଂକ୍ରମିତ ହୋଇଛନ୍ତି । ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କରୋନାରେ ଆକ୍ରାନ୍ତ ହେବା ପରେ ସେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଲତା ମଙ୍ଗେସକରଙ୍କ ଭାଣିଜୀ ରଚନା । ସେ କହିଛନ୍ତି କି ତାଙ୍କଠାରେ କୋଭିଡର ସାମାନ୍ୟ ଲକ୍ଷଣ ଦେଖା ଯାଇଛି । ଯେହେତୁ ତାଙ୍କର ବୟସ ଅଧିକ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ନିମୋନିଆରେ ବି ସଂକ୍ରମିତ ଅଛନ୍ତି ବୋଲି କହିଛନ୍ତି ଲତା ମଙ୍ଗେସକରଙ୍କ ଭାଣିଜୀ ରଚନା ।

Leave A Reply

Your email address will not be published.