ଆଲବମ୍‌ ମଧୁବନ ମେ ରାଧିକା ନାଚେ ଗୀତକୁ ନେଇ ଏବେ ବିବାଦରେ ସନ୍ନି

ନୂଆଦିଲ୍ଲୀ: ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ । ତାଙ୍କ ନୂଆ ଆଲବମ୍‌ ମଧୁବନ ମେ ରାଧିକା ନାଚେ ଗୀତକୁ ନେଇ ଏବେ ବିବାଦରେ ସନ୍ନି । ୨୨ ଡିସେମ୍ବରରେ ରିଲିଜ୍‌ ହୋଇଥିବା ଏହି ଗୀତକୁ ନେଇ ଏବେ ବିବାଦ ଦେଖା ଦେଇଛି । ତେବେ ଏହି ଗୀତକୁ ବ୍ୟାନ କରିବାକୁ ଦାବି କରାଯାଉଛି । ସନ୍ନି ଲିଓନଙ୍କ ବିରୋଧରେ ଅଭିଯୋଗ ହେଉଛି କି ସେ ଏହି ଗୀତ ମାଧ୍ୟମରେ ହିନ୍ଦୁଙ୍କ ଭାବନା ଉପରେ କୁଠାରଘାତ କରିଛନ୍ତି ।

ହି ଭିଡିଓକୁ ବ୍ୟାନ କରିବା ଲାଗି ଦାବି କରିଛନ୍ତି ମଥୁରାର ପୂଜକମାନେ । ସନ୍ନିଙ୍କ ଏହି ଭିଡିଓରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ କରାଯାଇଛି । ଏହା ସେମାନଙ୍କ ଧାର୍ମିକ ଭାବନା ଉପରେ କୁଠାରାଘାତ ସୃଷ୍ଟି କରିଛି ବୋଲି ପୂଜକ ସମ୍ପ୍ରଦାୟ କହିଛନ୍ତି । ବୃନ୍ଦାବନର ସନ୍ଥ ନବଳ ଗିରି ମହାରାଜ କହିଛନ୍ତି, ସରକାର ଯଦି ଏହି ଭିଡିଓକୁ ବ୍ୟାନ କରିବେ ନାହିଁ ତେବେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ କରିଥିବା ସନ୍ନିଙ୍କ ବିରୋଧରେ ସେମାନେ କୋର୍ଟର ଦ୍ୱାରସ୍ଥ ହେବେ । ଏହାସହ ଏହି ଭିଡିଓ ଲାଗି ସନ୍ନି ଯଦି କ୍ଷମା ନ ମାଗନ୍ତି କିମ୍ବା ଆଲବମରୁ ଅଶ୍ଳୀଳ ସିନକୁ ବାଦ୍‌ ନ ଦିଅନ୍ତି, ତେବେ ତାଙ୍କୁ ଭାରତରେ ରହିବାକୁ ଦିଆଯିବ ନାହିଁ ବୋଲି ସେ ଧମକ ଦେଇଛନ୍ତି ।

ପବିତ୍ର ଭାବନା ସମ୍ପନ୍ନ ଏକ ଗୀତକୁ କଦର୍ଯ୍ୟ ଢଙ୍ଗରେ ଉପସ୍ଥାପିତ କରି ସନ୍ନି ମାନସିକ ଆଘାତ ପ୍ରଦାନ କରିଛନ୍ତି ବୋଲି କହିଛନ୍ତି ଅଖିଳ ଭାରତୀୟ ତୀର୍ଥ ପୁରୋହିତ ମହାସଭାର ଜାତୀୟ ସଭାପତି ମହେଶ ପାଠକ । ୧୯୬୦ ମସିହାରେ କୋହେନୂର ଫିଲ୍ମରେ ବିଶିଷ୍ଟ କଣ୍ଠଶିଳ୍ପୀ ମହମ୍ମଦ ରଫି ଏହି ଗୀତ ବୋଲିଥିଲେ । ବର୍ତ୍ତମାନ ସାରେଗାମା ମ୍ୟୁଜିକ ପକ୍ଷରୁ ମଧୁବନ ନାଁରେ ଏକ ମ୍ୟୁଜିକ ଭିଡିଓ ରିଲିଜ କରାଯାଇଛି ଯେଉଁଥିରେ ସନ୍ନି ଅଭିନୟ କରିଛନ୍ତି ଏବଂ କନିକା କପୁର ଓ ଅରିନ୍ଦମ ଚକ୍ରବର୍ତ୍ତୀ ଏହି ଗୀତ ବୋଲିଛନ୍ତି । ରାଧା ଓ କୃଷ୍ଣଙ୍କ ମଧ୍ୟରେ ନୈସର୍ଗିକ ପ୍ରେମକୁ କୁତ୍ସିତ ଭାବେ ଉକ୍ତ ଭିଡିଓରେ ଦର୍ଶାଯାଇଥିବାରୁ ଏହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି ।

Leave A Reply

Your email address will not be published.