ପ୍ରିଣ୍ଟିଂ ମିଲ୍‌ରେ ନିଆଁ ଲାଗି 6 ଜଣ କର୍ମଚାରୀଙ୍କ ମୃତ୍ୟୁ ,25 ଜଣ ଆହତ

ସୁରାଟ: ଗୁରୁବାର ଦିନ ସକାଳେ ଗୁଜୁରାଟର ସୁରାଟ ଠାରେ ଏକ ବଡ ଧରଣର ଅଘଟଣ ଘଟିଯାଇଛି । ଏଠାରେ ଥିବା ଏକ ପ୍ରିଣ୍ଟିଂ ମିଲ୍‌ ରେ ନିଆଁ ଲାଗିବା ଫଳରେ 6 ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଛି । ଏହି ଅଭାବନୀୟ ଘଟଣାରେ ଶ୍ୱାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ହୋଇଥିବା ସୂଚନାରୁ ଜଣାପଡିଛ । ତେବେ ଅନ୍ୟ ୨୫ ଜଣ ଆହତ ହୋଇଛନ୍ତି । ତେବେ ଏହି ଅଗ୍ନିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ, ମିଲ୍‌ ନିକଟରେ ଥିବା ଏକ ନାଳରେ ଗୋଟିଏ ଅଜଣା ଟ୍ୟାଙ୍କର୍‌ ବିଷାକ୍ତ କେମିକାଲ୍‌ ଉକ୍ତ ନାଳରେ ଚାଳୁଥିଲା । ସେହି ସମୟରେ ଗ୍ୟାସ୍‌ ଲିକେଜ୍‌ ହୋଇ ଏହି ଅଘଟଣ ଘଟିଯାଇଛି । ଏ ସମ୍ପର୍କରେ ପୋଲିସ୍‌ କୁ ଖବର ଦିଆଯାଇଛି ।

Leave A Reply

Your email address will not be published.