‘ମହାମାରୀର ସମୟରେ ଯୋଗ ଆମକୁ ମାନସିକଭାବେ ସଶକ୍ତ କରିଛି’ : ଅନ୍ତର୍ଜାତୀୟ ଯୋଗ ଦିବସରେ ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶ ତଥା ବିଶ୍ୱରେ ଭୟଙ୍କର ଭୂତାଣୁ ଆରମ୍ଭ ହୋଇଥିବା ବେଳେ ଏହାର ମୁକାବିଲା ନେଇ ଆମ ପାଖରେ ପର୍ଯ୍ୟାପ୍ତ ସାଧନ ନଥିଲା । ମାନସିକ ସ୍ତରରେ ମଧ୍ୟ ଏଭଳି ଅଦୃଶ୍ୟ ଭୂତାଣୁର ମୁକାବିଲା ନେଇ ପ୍ରସ୍ତୁତ ନଥିଲୁ । ଏଭଳି ସମୟରେ ଆମକୁ ଯୋଗ ମାନସିକଭାବେ ସଶକ୍ତ କରିବା ସହ ଏହି ମହାମାରୀ ସହ ଲଢ଼ିବାକୁ ଶକ୍ତି ଯୋଗାଇଥିଲା । ଯୋଗ ବିଶ୍ୱର ଅନ୍ୟ ଦେଶମାନଙ୍କ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ନଥିଲେ ମଧ୍ୟ ଏଭଳି ଆହ୍ୱାନ ପୂର୍ଣ୍ଣ ପରିସ୍ଥିତିରେ ସେମାନେ ମଧ୍ୟ ଏହାକୁ ଆପଣାଇଥିଲେ ।

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଆହୁରି କହିଛନ୍ତି ଯେ, ଆଜି ମେଡିକାଲ ସାଇନ୍ସ ମଧ୍ୟ ଉପଚାର ସହିତ ହିଲିଂ ପ୍ରସୋସ ଉପରେ ଗୁରୁତ୍ୱ ଦେଉଛନ୍ତି । ଏବଂ ଯୋଗ ଏହି ହିଲିଂ ପ୍ରସୋସେ ଦିଗରେ ଅଧିକ ଫଳପ୍ରଦ । ଏବଂ ଏହା ନେଇ ବିଶ୍ୱର ବୈଜ୍ଞାନିକମାନେ ରିସର୍ଚ୍ଚ କରୁଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଯେତେବେଳେ ଭାରତ ୟୁନାଇଟେଡ୍ ନ୍ୟାସନରେ ଯୋଗ ଦିବସ ନେଇ ପ୍ରସ୍ତାବ ରଖାଯାଇଥିଲା ଏହା ପଛର ଉଦ୍ଦେଶ୍ୟ ଥିଲା ଯେ, ଯୋଗ ବିଜ୍ଞାନ ସମଗ୍ର ବିଶ୍ୱ ପାଇଁ ସୁଲଭ ହେଉ । ଆଜି ଏହି ଦିଗରେ ଭାରତ ୟୁନାଇଟେଡ୍ ନେସନ୍,WHO ସହିତ ମିଶିକରି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଏବେ ଏମ୍-ଯୋଗ ଆପ୍ ମାଧ୍ୟମରେ ଲୋକଙ୍କୁ ଏ ସମ୍ପର୍କରେ ଅଧିକ ସୂଚନା ପାଇପାରୁଛନ୍ତି । ପ୍ରଟୋକଲ ଅନୁଯାୟୀ ଯୋଗ ପ୍ରଶିକ୍ଷଣର ଅନେକ ଭିଡିଓ ଭିନ୍ନ ଭିନ୍ନ ଭାଷାରେ ଉପଲବ୍ଧ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.