ଜମ୍ମୁ-କଶ୍ମୀରରେ ଫେରିପାରେ ନିର୍ବାଚିତ ସରକାର: ପ୍ରଧାନମନ୍ତ୍ରୀ ଡକାଇଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ବଦଳିବ କି କାଶ୍ମୀରର ଚିତ୍ର । ଜମ୍ମୁ-କଶ୍ମୀରକୁ ଫେରିବ କି ନିର୍ବାଚିତ ସରକାର । ନିକଟରେ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ପରେ ଏମତି ଆଶଙ୍କା କରାଯାଇଛି । କାରଣ ପ୍ରଧାନମନ୍ତ୍ରୀ ମୋଦି ଜୁନ୍ ୨୪ରେ କାଶ୍ମୀରର ନେତାଙ୍କ ସହ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଯହା ଏବେ କାଶ୍ମୀରରେ ରାଜନୈତିକ ପ୍ରକ୍ରିୟା ଆଡକୁ ଏକ ବଡ ପଦକ୍ଷେପର ଆରମ୍ଭ ଭାବରେ ଦେଖାଯାଉଛି । ନିକଟରେ କାଶ୍ମୀର ରାଜନୈତିକ ଦଳଙ୍କ ଗୁପକାର ମେଣ୍ଟ କେନ୍ଦ୍ର ସହିତ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛି ।

ତେବେ ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଏହି ବୈଠକ ଡକାଯାଇଥିବା  ଆଲୋଚନା କରାଯାଉଛି । ଯେତେବେଳେ ଅଗଷ୍ଟ ୨୦୧୯ରେ କାଶ୍ମୀରରୁ ଧାରା ୩୭୦କୁ ହଟାଇ ଦିଆଯାଇଥିଲା, ସେତେବେଳେ ମୋଦୀ ସରକାର ଉପରେ ଅଭିଯୋଗ ହୋଇଥିଲା କି ଏହି ନିଷ୍ପତ୍ତି କାଶ୍ମୀରର ଦଳ ଏବଂ ନେତାମାନଙ୍କୁ ଭରସା ନ କରି ଜବରଦସ୍ତି ଭାବେ ନିଆଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସର୍ବଦଳୀୟ ବୈଠକର ଡାକରା ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି।

ଆଜି ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ପଠାଯିବ

ସୂଚନାନୁସାରେ, ସର୍ବଦଳୀୟ ବୈଠକ ପାଇଁ ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା, ପିଡିପି ସଭାପତି ମେହବୁବା ମୁଫତି, ଜାମ୍ମୁ କାଶ୍ମୀର ଆପ୍ନି ପାର୍ଟିର ଅଲତାଫ ବୁଖାରୀ ଏବଂ ପିପୁଲ୍ସ କନଫରେନ୍ସର ସାଜ୍ଜାଦ ଲୋନ ଭଳି ନେତା ମାନଙ୍କୁ  ଆନୁଷ୍ଠାନିକ ନିମନ୍ତ୍ରଣ ପଠାଯିବ। କାଶ୍ମୀର ନେତାଙ୍କ ସହ ଏହି ସର୍ବଦଳୀୟ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଯୋଗଦେବେ। ଅନ୍ୟପକ୍ଷରେ, ସରକାରଙ୍କ ସର୍ବଦଳୀୟ ବୈଠକରେ ସମିଲ ହେବା ନହେବା ଉପରେ ଗୁପକାର ମେଣ୍ଟର ନେତାମାନେ ଶୀଘ୍ର ନିଷ୍ପତ୍ତି ନେବେ।

ଏହା ମଧ୍ୟରେ କିଛି ଦିନ ପୂର୍ବରୁ ପାକିସ୍ତାନ ସରକାରଙ୍କ ଉପରେ ଏକ ଆନୁଷ୍ଠାନିକ ବିବୃତ୍ତି ଜାରି କରାଯାଇ କାଶ୍ମୀରରେ କୌଣସି ପରିବର୍ତ୍ତନର ଉଦ୍ଦେଶ୍ୟ ଉପରେ ବିରୋଧ କରି ପ୍ରକାଶ କରିଥିଲା, ଯେଉଁଥିରେ ଭାରତ ସରକାର ପୁଣି ଥରେ ସ୍ପଷ୍ଟ କରିଛନ୍ତି ଯେ କାଶ୍ମୀର ହେଉଛି ଭାରତର ଏକ ଆଭ୍ୟନ୍ତରୀଣ ବିଷୟ ଯେଉଁଥିରେ ପାକିସ୍ତାନର କିଛି ବି ସ୍ଥାନ ନାହିଁ ।

Leave A Reply

Your email address will not be published.