ମହାକାଶ ଇତିହାସରେ ଚୀନ: ତିନି ଜଣ ମହାକାଶଚାରୀଙ୍କୁ ମହାକାଶ ପଠାଇଲା ଚୀନ୍

ଜିକ୍ୱାନ: ମହାକାଶ ଇତିହାସରେ ଚୀନର ନୂଆ ଯୁଗ । ଦେଶର ନୂଆ ମହାକାଶ ଷ୍ଟେସନ ଲାଗି ପ୍ରେରିତ ହୋଇଛି ରକେଟ୍ । ବର୍ତ୍ତମାନ ସୁଦ୍ଧା ଚାଲି ଆସିଥିବା ଅଭିଯାନ ମଧ୍ୟରେ ସବୁଠାରୁ ଦୀର୍ଘତମ ଯାତ୍ରା କରିବ ଏହି ରକେଟ୍ । ଏହାସହ ବିଶ୍ବର ପ୍ରମୁଖ ମହାକାଶ ଶକ୍ତି ଭାବେ ଚୀନ ନିଜକୁ ସାମିଲ କରିଛି । ଲଙ୍ଗମାର୍ଚ୍ଚ-୨ ଏଫ ନାମକ ରକେଟରେ ତିନି ଜଣ ମହାକାଶଚାରୀ ତିଆଙ୍ଗଙ୍ଗ ସ୍ପେସ ଷ୍ଟେସନକୁ ଯାତ୍ରା କରିଛନ୍ତି ।

ସେଠାରେ ସେମାନେ ପ୍ରାୟ ୩ ମାସ ବାସ କରିବେ । ଚୀନର ଗୋବିସ୍ଥିତ ଜିଉକ୍ବାନ ଲଞ୍ଚ ସେଣ୍ଟରରୁ ଏହି ରକେଟକୁ ଲଞ୍ଚ କରାଯାଇଛି । ଉତକ୍ଷେପଣର ପ୍ରାୟ ୧୦ ମିନଟ ପରେ ଏହା ନିଜର କକ୍ଷପଥରେ ଅବସ୍ଥାନ କରିଥିଲା । ସଫଳ ଉତକ୍ଷେପଣ ପରେ ମହାକାଶଚାରୀମାନେ ବେଶ୍ ଖୁସି ଥିବା ପରିଲକ୍ଷିତ ହୋଇଥିଲା । ବେଜିଂ ଏରୋସ୍ପେସ କଣ୍ଟ୍ରୋଲ ସେଣ୍ଟରରୁ ଉତକ୍ଷେପିତ ଏହି ରକେଟର ଠିକ୍ ସମୟରେ ନିଜ କାର୍ଯ୍ୟ ସମ୍ପାଦନ କରିବ ବୋଲି କହିଛନ୍ତି ଜିଉକ୍ବାନ ଲଞ୍ଚ ସେଣ୍ଟରର ନିର୍ଦ୍ଦେଶକ ଝାଙ୍ଗ ଝିଫେନ । ପୂର୍ବରୁ ଦୁଇଟି ସ୍ପେସ ମିଶନରେ ସାମିଲ ହୋଇଥିବା ନି ହାଇସେଙ୍ଗ ବର୍ତ୍ତମାନର ମିଶନରେ ଅଛନ୍ତି କମାଣ୍ଡର ।

Leave A Reply

Your email address will not be published.