ସତ୍ୟ ନାଡେଲା ହେଲେ ମାଇକ୍ରୋସଫ୍ଟର ନୂଆ ଚେୟାରମ୍ୟାନ୍

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ତଥା ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କୁ ବୁଧବାର ଦିନ କମ୍ପାନୀର ଚେୟାରମ୍ୟାନ୍ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ସେ ଜନ୍ ଥମ୍ପସନଙ୍କ ସ୍ଥାନ ନେବାକୁ ଯାଉଛନ୍ତି । ଏନେଇ କମ୍ପାନୀ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ବିଜ୍ଞପ୍ତିରେ କୁହାଯାଇଛି ଯେ, ଏବେ ସତ୍ୟ ନାଡେଲାଙ୍କୁ ମାଇକ୍ରୋସଫ୍ଟର ନୂଆ ଚେୟାରମ୍ୟାନ୍ କରାଯାଉଛି । ତାଙ୍କ ପୂର୍ବରୁ କମ୍ପାନୀର ଚେୟାରମ୍ୟାନ୍ ଥିଲେ ଜନ୍ ଥମ୍ପସନ । ଥମ୍ପସନ ଏବେ ମୁଖ୍ୟ ସ୍ୱତନ୍ତ୍ର ନିର୍ଦ୍ଦେଶକ ରହିବେ । ୨୦୧୪ ମସିହାରେ ବିଲ୍ ଗେଟ୍ସଙ୍କ ପରେ ମାଇକ୍ରୋସଫ୍ଟର ଚେୟାରମ୍ୟାନ୍ ପଦ ସମ୍ଭାଳିଥିଲେ ଜନ୍ ଥମ୍ପସନ୍ ।

୨୦୧୪ ମସିହାରେ ସତ୍ୟ ନାଡେଲା ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏହି ସମୟରେ ସେ ଷ୍ଟିଭ୍‍ ବାମରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ଯାହା ପରେ ସେ ଲିଙ୍କଡିନ୍, ନ୍ୟୁନ୍ସ କମ୍ପ୍ୟୁନିକେସନ୍ ଓ ଜେନିମେକ୍ସ ଭଳି ଅନେକ କମ୍ପାନୀର ଅଧିଗ୍ରହଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମାଇକ୍ରୋସଫ୍ଟ ପକ୍ଷରୁ ସେୟାର ପିଛା ୫୬% ତ୍ରୟମାସିକ ଲାଭାଂଶ ଘୋଷଣା କରାଯାଇଛି।

Leave A Reply

Your email address will not be published.