ଭାରତକୁ ସାହାଯ୍ୟ ନାଁରେ କୋଟି କୋଟି ଟଙ୍କା ସଂଗ୍ରହ କଲା ପାକିସ୍ତାନୀ NGO, ଆତଙ୍କବାଦୀଙ୍କୁ ଫଣ୍ଡିଂ ଆଶଙ୍କା

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣ କାଳରେ ଭାରତକୁ ସାହାଯ୍ୟ ନାଁରେ ପାକିସ୍ତାନୀ ସଂଗଠନ କୋଟି କୋଟି ସଂଗ୍ରହ କରିଛି । ଆଉ ଏବେ ଉକ୍ତ ଅର୍ଥ ରାଶିକୁ ଆତଙ୍କବାଦ ସଂଗଠନରେ ଖର୍ଚ୍ଚ କରିବାକୁ ଯାଉଛି । ଏମିତି ଦାବି ଏକ ରିପୋର୍ଟରେ କରାଯାଇଛି ।

ରିପୋର୍ଟ ଅନୁସାରେ, ପାକିସ୍ତାନର ସରକାରୀ ଚାରୋଟି ସଂସ୍ଥା କରୋନା ସଂକଟ ବେଳେ ଭାରତକୁ ସାହାଯ୍ୟ ନାଁରେ କୋଟି କୋଟି ଟଙ୍କା ସଂଗ୍ରହ କରିଛି । ଏହି ସଂଗଠନ ହେଲ୍ପ ଇଣ୍ଡିଆ ବ୍ରିଦ୍ ନାମକ ଅଭିଯାନ କରିଥିଲା । ଯେଉଁଥିରେ ଭାରତକୁ ଅକ୍ସିଜେନ୍, ଭେଣ୍ଟିଲେଟର ଓ ଭ୍ୟାକ୍ସିନ୍ ସମେତ ଅନ୍ୟ ମେଡିକାଲ ଉପକରଣ ଯୋଗାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅପିଲ୍ କରାଯାଇଥିଲା । ଭାରତରେ କରୋନାର କରାଳ ରୂପକୁ ଦେଖି ଲୋକ ମଧ୍ୟ ସହଯୋଗ କରିଥିଲେ ।

ଏବେ ଦିସ୍ ଇନଫୋର ରିପୋର୍ଟରେ ଏହାକୁ ଏକ ବଡ଼ ଘୋଟାଲା କୁହାଯାଇଛି । ଅର୍ଥ ରାଶି ସଂଗ୍ରହ କରିଥିବା ସଂଗଠନ ସହ ପାକିସ୍ତାନୀ ସେନାର ଭଲ ସମ୍ପର୍କ ଥିବା ରିପୋର୍ଟରେ ଦର୍ଶାଯାଇଛି । ଏତିକି ନୁହେଁ ଏହି ସଂଗଠନର ଅଫିସ୍ ପାକିସ୍ତାନରେ ରହିଛି । କୁହାଯାଇଛି ଏହି ଅର୍ଥରେ ଭାରତରେ ଆତଙ୍କବାଦୀ ଗତିବିଧିକୁ ପୋତ୍ସାହିତ କରିପାରେ ସଂଗଠନ ।

ରିପୋର୍ଟରେ ଦାବି କରାଯାଇଛି, ଅର୍ଥ ସଂଗହରେ ଇମାନା ଅର୍ଥାତ୍ ଇସଲାମିକ୍ ମେଡିକାଲ୍ ଆସୋସିଏସନ୍ ଅଫ୍ ନର୍ଥ ଆମେରିକା ମଧ୍ୟ ସାମିଲ୍ ଅଛି । ୨୦୨୧ ଏପ୍ରିଲ୍ ୨୭ ସୁଦ୍ଧା ସୋସିଆଲ୍ ମିଡିଆ ସାଇଟ୍ ଇନଷ୍ଟାଗ୍ରାମରେ #HelpIndiabreathe ନାଁରେ କ୍ୟାମ୍ପେନ୍ କରାଯାଇଥିଲା । ଏଥିରେ ୧.୮ କୋଟି ଡଲାର ଆଦାୟ ପାଇଁ ଲକ୍ଷ୍ୟ ରଖାଯାଇଥିଲା ।

Leave A Reply

Your email address will not be published.