ବାପର ମୃତଦେହ ପାଖରେ ୩ଦିନ ବିତାଇଲେ ୨ ନିରୀହ ଜୀବନ

ବରେଲି: ପାରିବାରିକ କଳହର କରୁଣ ପରିଣତି । ବାପାର ଶବ ପାଖରେ ୩ଦିନ ବିତାଇଲେ ୨ ନିରୀହ ଜୀବନ । ଏମିତି ଏକ ଘଟଣା ସମସ୍ତଙ୍କୁ ସ୍ତବ୍ଦ କରିଦେଇଛି । ଯେତେବେଳେ ଏହି ନିରୀହ ଜୀବନ ଭୋକ ସମ୍ଭାଳି ପାରିଲେନି ସେତବେଳେ ପଡ଼ୋଶୀଙ୍କୁ ମାଗିଲେ ଖାଦ୍ୟ । ଏବଂ ସେହି ସମୟରେ ହିଁ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ପଡ଼ୋଶୀ ଜାଣିବାକୁ ପାଇଥିଲେ । ଘଟଣାଟି ହେଉଛି ବରେଲି ପୋଲିସ ଷ୍ଟେସନ ଇଜାଜତ ନାଗର ଅଞ୍ଚଳର ।

ସୂଚନା ଅନୁସାରେ, ବ୍ୟକ୍ତି ଜଣଙ୍କର ତାଙ୍କ ସ୍ତ୍ରୀଙ୍କ ସହ କୌଣସି କାରଣରୁ ଝଗଡ଼ା କରିଥିଲେ । ଏଥି୍ରେ ରାଗିଯାଇ ମହିଳା ଜଣଙ୍କ ସ୍ୱାମୀ ଏବଂ ୨ ପିଲାଙ୍କୁ ଛାଡ଼ି ତାଙ୍କ ବାପ ଘରକୁ ଚାଲିଯାଇଥିଲେ । ଏହାପରେ ବ୍ୟକ୍ତି ଜଣଙ୍କ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଏସମ୍ପର୍କ ପିଲାଙ୍କଠାରୁ ଯେତେବେଳେ ପଡ଼ୋଶୀ ଜାଣିବାକୁ ପାଇଥିଲେ । ସେତେବେଳେ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବଟିକୁ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ପୋଲିସକୁ ସୂଚନା ଅନୁସାରେ ବ୍ୟକ୍ତି ଜଣଙ୍କ ନୋଏଡ଼ାର କୌଣସି ଏକ କମ୍ପାନୀରେ କାମ କରୁଥିଲେ । ଏବଂ ଲକଡାଉନ କାରଣରୁ ସେ ଘରେ ଆସି ରହୁଥିଲେ । କିଛିଦିନ ତଳେ ସ୍ତ୍ରୀଙ୍କ ସହ କୌଣସି କାରଣରୁ କଳହ ହେବାରୁ ସ୍ତ୍ରୀ ଘର ଛାଡ଼ି ବାପ ଘରକୁ ପଳାଇଥିଲେ। ପଡୋଶୀମାନେ ଏହା ମଧ୍ୟ କହିଛନ୍ତି ଯେ ମୃତକଙ୍କ ୪ ବର୍ଷର ଝିଅ ଏବଂ ୬ ବର୍ଷର ପୁଅ ଅଛି ।

ପୋଲିସ ଉଦ୍ଧାର କରିଥିବା ମୃତଦେହ ପାଖରୁ କୌଣସି ଆତ୍ମହତ୍ୟା ନୋଟ୍ ମିଳି ନଥିଲା। ଏହାପରେ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ପୋଲିସ କହିଛି ଯେ ପତ୍ନୀଙ୍କ ଉପରେ ଅସନ୍ତୋଷ କାରଣରୁ ହିଁ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛି ।

Leave A Reply

Your email address will not be published.