କୋଭିସିଲ୍ଡର ପ୍ରଥମ ଡୋଜ୍ ୬୧ ପ୍ରତିଶତ ପ୍ରଭାବଶାଳୀ: ଡ. ଆରୋରା

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢେଇରେ କାମ କରୁଛି କୋଭିସିଲ୍ଡ ଟିକା । ଏପରିକି କୋଭିସିଲ୍ଡର ପ୍ରଥମ ଡୋଜ୍ ୬୧ ପ୍ରତିଶତ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । ଏଭଳି ତଥ୍ୟ ଦେଇଛନ୍ତି କୋଭିଡ ପ୍ୟାନେଲର ମୁଖ୍ୟ ଡକ୍ଟର ଏନ.କେ ଆରୋରା।

କୋଭିସିଲ୍ଡର ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନକୁ ନେଇ ତର୍କ ବିତର୍କ ଓ ବିବାଦ ମୁଣ୍ଡ ଟେକିଥିବା ବେଳେ ଡକ୍ଟର ଅରୋରାଙ୍କ ଏପରି ପ୍ରତିକ୍ରିୟା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ତଥ୍ୟ ଅନୁସାରେ ଡେଲଟା ଭାଇରସ ବିରୋଧରେ କୋଭିସିଲ୍ଡର ଗୋଟିଏ ଡୋଜ୍ ହିଁ ୬୧ପ୍ରତିଶତ ପ୍ରଭାବୀ । ତେବେ ପ୍ରଥମ ଡୋଜ୍ ନେବା ପରେ ହିଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢୁଛି । ଯେଉଁଥିପାଇଁ ଏହି କୋଭିସିଲ୍ଡ ଟିକାର ୨ଟି ଡୋଜ୍ ମଧ୍ୟରେ ବ୍ୟବଧାନ ବଢାଯାଇଥିବା ସେ କହିଛନ୍ତି।

Leave A Reply

Your email address will not be published.