ଫିଲ୍ମ ନିର୍ଦ୍ଦେଶକ ଆୟେଶା ସୁଲତାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା

କୋଚି: ଲାକ୍ଷାଦ୍ୱୀପରେ ପୋଲିସ ଫିଲ୍ମ ନିର୍ଦ୍ଦେଶକ ଆୟେଶା ସୁଲତାନଙ୍କ ବିରୋଧରେ ଦେଶଦ୍ରୋହ ମାମଲାରେ ରୁଜୁ କରିଛି । ଆୟେଶା ଟିଭି ଡିବେଟରେ ଲାକ୍ଷାଦ୍ୱୀପରେ କରୋନା ସଂକ୍ରମଣକୁ ନେଇ ଭୁଲ୍ ତଥ୍ୟ ଦେଇଥିବା ବିଜେପି ନେତା ଅଭିଯୋଗ କରିଥିଲେ । ଲାକ୍ଷାଦ୍ୱୀପ ବିଜେପି ସଭାପତି ଅବ୍ଦୁଲ ଖଦରଙ୍କ ଅଭିଯୋଗ କ୍ରମେ ଆୟେଶାଙ୍କ ବିରୋଧରେ ଦେଶଦ୍ରୋହ ମାମଲାରେ ରୁଜୁ ହୋଇଛି ।

ଲାକ୍ଷାଦ୍ୱୀପର ଚେଟିଥ୍ ଦ୍ୱୀପରେ ଆୟେଶା ରୁହନ୍ତି । କଭାରତି ପୋଲିସରେ ହୋଇଥିବା ଅଭିଯୋଗ ପ୍ରକାରେ, ଆୟେଶାଙ୍କ ବିରୋଧରେ ଧାରା ୧୨୪ କ (ଦେଶଦ୍ରୋହ) ଓ ୧୫୩ ଖ (ହିଂସାତ୍ମକ ଭାଷଣ) ପାଇଁ ମାମଲା ରୁଜୁ କରାଯାଇଛି ।

ଲାକ୍ଷାଦ୍ୱୀପ ବିଜେପି ସଭାପତି ଅବ୍ଦୁଲ ଖଦରଙ୍କ ଅଭିଯୋଗ କରିଛନ୍ତି, ମଲାୟଲମ ଟିଭି ବିତର୍କରେ ଭାଗ ନେଇ ଲାକ୍ଷାଦ୍ୱୀପରେ କୋଭିଡ୍ ସଂକ୍ରମଣ ପାଇଁ କେନ୍ଦ୍ର ସରକାର ଜୈବିକ ଅସ୍ତ୍ର ପ୍ରୟୋଗ କରୁଥିବା ଆୟେଶା କହିଥିଲେ । ଆୟେଶା ଦେଶ ବିରୋଧୀ ହୋଇଥିବା ନେଇ ଅବ୍ଦୁଲ ଅଭିଯୋଗ କରିଥିଲେ । ଏଥିସହ ଆୟେଶାଙ୍କୁ ଗିରଫ ଦାବି କରି ବିଜେପି ପ୍ରତିବାଦ କରିଥିଲା ।

ଲାକ୍ଷାଦ୍ୱୀପର ମଡେଲ୍ ତଥା ଅଭିନେତ୍ରୀ ଆୟେଶା ଏକାଧିକ ମଲାୟଲମ୍ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।

Leave A Reply

Your email address will not be published.