ସୁଶାନ୍ତଙ୍କ ସହ ଏକ ଭିଡ଼ିଓ ସେୟାର କରି ଭାବ ପ୍ରବଣ ହେଲେ ନାୟିକା କ୍ରିତି ସନନ୍

ମୁମ୍ବାଇ: ୨୦୨୦ର ଚର୍ଚ୍ଚିତ ଚେହେରା ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ଏବେ ପୁଣି ଚର୍ଚ୍ଚାରେ । ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀ ପୂର୍ବରୁ ତାଙ୍କର ଏକ ଭିଡ଼ିଓ ଲୋକଙ୍କୁ ଭାବ ବିହ୍ୱଳ କରିଛି । ‘ରାବତା’ରେ ସ୍ୱର୍ଗତ ଅଭିନେତା ସୁଶାନ୍ତଙ୍କ ସହ ଅଭିନୟ କରିଥିବା ଅଭିନେତ୍ରୀ କ୍ରିତି ସାନନ୍ ଫିଲ୍ମର ୪ ବର୍ଷ ପୂର୍ତ୍ତି ଅବସରରେ ବୁଧବାର ନିଜ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଏହି ଚଳଚ୍ଚିତ୍ର ୯ ଜୁନ୍ ୨୦୧୭ରେ ମୁକ୍ତିଲାଭ କରିଥିଲା ​ । ଭିଡିଓରେ କ୍ରିତି ଏବଂ ସୁଶାନ୍ତ ଫିଲ୍ମର ସୁଟିଂ ସମୟରେ ମଜା କରୁଥିବା ଦେଖିବାକୁ ମିଳିଛି ।

ଭିଡ଼ିଓ ସହ କ୍ରିତି, ଫିଲ୍ମ ପାଇଁ ସୁଶାନ୍ତ ସିଂ ରାଜପୁତଙ୍କ ସହ ସୁଟିଂ କରୁଥିବା ଦିନକୁ ମନେ ପକାଇ ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି । ସେ ଲେଖିଛନ୍ତି, ‘ତନ୍ ଲଡେ, ତନ୍ ମୁକ୍ ଯାଏ ରୁହ ଜୁଡେ, ଜୁଡି ରେହ ଯାଏ … ମୁଁ ଲୋକଙ୍କ ସହ ମିଶିବାକୁ ବିଶ୍ୱାସ କରେ । ଚଳଚ୍ଚିତ୍ର ଆସେ ଆଉ ଚାଲିଯାଏ କିନ୍ତୁ ପ୍ରତ୍ୟେକ ଚଳଚ୍ଚିତ୍ର ପଛରେ ବହୁତ ସ୍ମୃତି ରହିଯାଏ । ସେହି ଫିଲ୍ମ ଦ୍ୱାରା ସୁଶାନ୍ତଙ୍କ ସହ ଭଲ ସମ୍ପର୍କ ଗଢା ହୋଇଥିଲା । ଆମେ ପରସ୍ପର ସହିତ ଥାଉ, ସେ ସବୁବେଳେ ମୋ ଭିତରେ ରହିଯାଇଛନ୍ତି । ଏହି ଭିଡ଼ିଓଟି ରାବତା ପାଇଁ ସର୍ବୋତ୍ତମ ଏବଂ ସ୍ମରଣୀୟ ଅନୁଭୂତି । ସୁଶାନ୍ତ ସର୍ବଦା ମୋ ହୃଦୟର ଅତି ନିକଟତର .. ମୁଁ ଜାଣି ନଥିଲି ଯେ ଏହା ଆମର ପ୍ରଥମ ଏବଂ ଶେଷ ଚଳଚ୍ଚିତ୍ର ହେବ । ‘

ଆପଣଙ୍କୁ କହିରଖୁଛୁ ଯେ, ଗତ ବର୍ଷ ଜୁଲାଇ ୨୬ରେ ସୁଶାନ୍ତଙ୍କ ବିଷୟରେ କ୍ରିତି ଶେଷ ପୋଷ୍ଟ କରିଥିଲ । ଯେତେବେଳେ ସେ OTT ରେ ସୁଶାନ୍ତଙ୍କ ମୃତ୍ୟୁ ପରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଦିଲ ବେଚାରା’ ଦେଖିଥିଲେ। ଫିଲ୍ମ ଦେଖିବା ପରେ କ୍ରିତି ଶେଷ ଥର ପାଇଁ ସୁଶାନ୍ତଙ୍କୁ ପରଦାରେ ଦେଖିବା ବିଷୟରେ ନିଜର ଚିନ୍ତାଧାରା ଲେଖିଥିଲେ।

Leave A Reply

Your email address will not be published.