ଦୀର୍ଘ ୭୦ଦିନ ପରେ ଦେଶରେ ସବୁଠୁ କମ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ସଂକ୍ରମଣ । ଲଗାତର କିଛି ଦିନ ହେବ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ସୁସ୍ଥତା ହାର ବଢ଼ିବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୮୪ ହଜାର ୩୩୨ କରୋନା ସଂକ୍ରମିତ । ସେହିପରି ଗୋଟିଏ ଦିନରେ ଆଉ ୪ହଜାର ୨ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ।

ଏହାସହ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୨୧ ହଜାର ୩୧୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ସାରା ଦେଶରେ ଏବେ ସୁଦ୍ଧା ମୋଟ ୨ କୋଟି ୯୩ ଲକ୍ଷ ୫୯ହଜାର ୧୧୫କରୋନା ପଜିଟିଭ୍‌ ଚିହ୍ନଟ ହୋଇ ସାରିଲେଣି । ସେମାନଙ୍କ ମଧ୍ୟରୁ ୨ କୋଟି ୭୯ ଲକ୍ଷ ୧୧ ହଜାର ୩୮୪ ଜଣ ସୁସ୍ଥ ହୋଇଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୬୭ ହଜାର ୮୧ ପାର କରିଥିବା ବେଳେ, ଆକ୍ଟିଭ୍ କେସ୍ ୧୦ ଲକ୍ଷ ୮୦ହଜାର ୬୯୦ ରହିଛି । ସେହିପରି ଏବେ ସୁଦ୍ଧା ଦେଶରେ ମୋଟ ୨୪ କୋଟି ୯୬ ଲକ୍ଷ ୩୦୪ ଜଣଙ୍କୁ ଟିକା ଦିଆଗଲାଣି ।

ସେହିପରି ବିଭିନ୍ନ ରାଜ୍ୟରେ ମଧ୍ୟ କରୋନା ଗ୍ରାଫ କମିବାର ଲାଗିଛି । ଉତ୍ତରପ୍ରଦେଶରେ ଶୁକ୍ରବାର ଦିନ ୭୪ଜଣ ସଂକ୍ରମିତ ହୋଇଥିବା ବେଳେ ୬୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଦିଲ୍ଲୀରେ ୨୩୮ଟି ନୂଆ ସଂକ୍ରିତ ଚିହ୍ନଟ ହୋଇଥିବା ବେଳେ ୨୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ଏବଂ ମହାରାଷ୍ଟ୍ରରେ ୧୧,୭୬୬ଟି ଚିହ୍ନଟ ହୋଇଛନ୍ତି ଏବଂ ୨୨୧୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.