ପାକିସ୍ତାନରେ ବସ୍ ଦୁର୍ଘଟଣା : ୧୮ ଜଣଙ୍କ ମୃତ୍ୟୁ, ୩୦ରୁ ଅଧିକ ଗୁରୁତର

କରାଚି : ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ବସ ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ହେବା ସହ ୩୦ ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ବସ୍ ବାଧରୁ ଦାଦୁ ଅଭିମୁଖେ ଯାଉଥିବା ସମୟରେ ଖୁଜଦାର ଜିଲ୍ଲାର ଖୋରି ଠାରେ ଦୁର୍ଘଟଣାର ଶିକାର ହୋଇଥିଲା । ୧୫ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଖବର ପାଇଁ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା ।

ଆହତମାନଙ୍କୁ ଟିଚିଙ୍ଗ ହସ୍ପିଟାଲର ଖୁଜଦାରକୁ ନିଆଯାଇଥିଲା । ଯେଉଁଠାରେ ଆଉ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଯାତ୍ରୀବାହୀ ବସ୍ ଦ୍ରୁତ ଗତିରେ ଯାଉଥିବାବେଳେ ଡ୍ରାଇଭର ଗାଡିରେ ଭାରସାମ୍ୟ ରକ୍ଷା କରିନଥିଲା । ଏହି କାରଣରୁ ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି ।

Leave A Reply

Your email address will not be published.