ପୂର୍ବତନ ବକ୍ସର ଡିଙ୍ଗ୍‌କୋ ସିଂହଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଆଉ ନାହାନ୍ତି ପୂର୍ବତନ ବକ୍ସର ଡିଙ୍ଗ୍‌କୋ ସିଂହ । ୪୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୧୯୯୮ ବ୍ୟାଙ୍କକ୍‌ ଏସିଆନ ଗେମ୍ସରେ ଗୋଲଡ ମେଡାଲ ପାଇଥିଲେ ବକ୍ସର ଡିଙ୍ଗ୍‌କୋ ସିଂହ। ଲିଭର କ୍ୟାନସରରେ ପୀଡିତ ହୋଇ ତାଙ୍କର ଦେହାନ୍ତ ହୋଇଛି।

ସୂଚନା ଅନୁଯାୟୀ, ୨୦୧୭ରେ ସେ ଲିଭର କ୍ୟାନ୍ସରରେ ପୀଡିତ ହୋଇଥିଲେ । ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବୀରେନ୍ ସିଂ ଏହା ସ୍ପଷ୍ଟ କରିଛନ୍ତି । ଡିଙ୍ଗ୍‌କୋଙ୍କ ବିୟୋଗରେ ସେ ଦୁଃଖିତ ବୋଲି ଟ୍ୱିଟ୍ କରି ଜଣାଇଛନ୍ତି। ଏହାସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ତେବେ ଗତବର୍ଷ ସେ କୋଭିଡ ପଜିଟିଭ ବି ଥିଲେ। ଚିକିତ୍ସା ପାଇଁ ଅର୍ଥ ଅଭାବରୁ ସେ ତାଙ୍କ ଘର ବିକ୍ରି କରିଦେଇଥିଲେ । ଏମିତିକି ଇମ୍ଫାଲରୁ ଦିଲ୍ଲୀକୁ ଏୟାରଲିଫ୍ଟ ହୋଇଥିଲେ ଡିଙ୍ଗ୍‌କୋ । ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି କିରଣ ରିଜିଜୁ ଓ ବିଜେନ୍ଦ୍ର ସିଂହ ।

Leave A Reply

Your email address will not be published.