ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏମକେ. ଷ୍ଟାଲିନ୍

ଚେନ୍ନାଇ: ଡିଏମକେ ସଭାପତି ଏମକେ. ଷ୍ଟାଲିନ୍ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଚେନ୍ନାଇ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଷ୍ଟାଲିନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । କୋଭିଡ୍ କଟକଣାକୁ ମାନି ଅଳ୍ପସଂଖ୍ୟକଙ୍କ ଉପସ୍ଥିତିରେ ଶୁକ୍ରବାର ଷ୍ଟାଲିନ୍ ଶପଥ ଗ୍ରହଣ କରିଛନ୍ତି ।

୨୩୪ ବିଶିଷ୍ଟ ତାମିଲନାଡ଼ୁ ବିଧାନସଭାରେ ଡିଏମକେ ୧୨୫ ଆସନ ଜିତିଥିବା ବେଳେ ଏମଡିଏମକେ ୪ଟି, ଏମଏମକେ ୨ଟି ଏହିଭଲି ସହଯୋଗୀ ଦଳକୁ ମିଶାଇ ଡିଏମକେ ପାଖରେ ୧୩୩ଟି ଆସନ ରହିଛି । ଷ୍ଟାଲିନଙ୍କ ସହ ୩୩ ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ବରିଷ୍ଠ ନେତା ଏସ୍. ଦୁରାଇମୁରୁଗନ (ଜଳ ସମ୍ପଦ ମନ୍ତ୍ରୀ), କେ.ଏନ୍. ନେହରୁ (ସହରାଞ୍ଚଳ ମନ୍ତ୍ରୀ), ଆଇ. ପେରିସାମୀଙ୍କୁ ସମବାୟ, କେ. ପୋନମୁଡିଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍. ରେଘୁପାଠିଙ୍କୁ ଆଇନ୍ ମନ୍ତ୍ରୀ କରାଯାଇଛି । ଶପଥ ଗ୍ରହଣ ସମାରୋହରେ ଡିଏମକେର ସହଯୋଗୀ ଦଳର ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ. ପନିରସେଲଭମ ଉପସ୍ଥିତ ଥିଲେ ।

Leave A Reply

Your email address will not be published.