ଆନ୍ଧ୍ର ପ୍ରଦେଶର ଏକ ସରକାରୀ ଚିକିତ୍ସାଳୟରେ ୧୪ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର ଏକ ସରକାରୀ ଚିକିତ୍ସାଳୟରେ ୧୪ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହା ପଛରେ ଅକ୍ସିଜେନ୍ ଅଭାବ ଥିବା କୁହାଯାଉଛି । ତେବେ, ପ୍ରଶାସନ ଏହାକୁ ମିଥ୍ୟା କହିବା ସହ ଖାରଜ କରି ଦେଇଛି । କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ସ୍ଥାନୀୟ ଜିଲ୍ଲାପାଳ ହସ୍ପିଟାଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଅକ୍ସିଜେନ୍ ଅଭାବ ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି ।

ଶନିବାର ଆନ୍ଧ୍ରର ଅନନ୍ତପୁର ସରକାରୀ ଚିକିତ୍ସାଳୟରେ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଯୁଗ୍ମ ଜିଲ୍ଲାପାଳ କହିଛନ୍ତି, ଆମ ଟିମ୍ ଅକ୍ସିଜେନ୍ ପ୍ଲାଣ୍ଟର ଯାଞ୍ଚ କରୁଛି । ଆମେ କୋଭିଡ୍ ୱାର୍ଡରେ ପ୍ରତିଟି ଲାଇନ୍ ଓ ବଲଭର ଯାଞ୍ଚ କରୁଛୁ । କୌଣସି ଲିକେଜ୍ ମିଳିନାହିଁ । ଅକ୍ସିଜେନ୍ ପ୍ଲାଣ୍ଟର ପ୍ରେସର ମଧ୍ୟ ଠିକ୍ ଅଛି, ବିତରଣରେ କୌଣସି ସମସ୍ୟା ନାହିଁ ।

ସେ କହିଛନ୍ତ- ଆଜି ହୋଇଥିବା ମୃତ୍ୟୁ ସହିତ କାହାର ବି ଅକ୍ସିଜେନ୍ ସହ ସମ୍ପର୍କ ନାହିଁ । ମୃତ୍ୟୁବରଣ କରିଥିବା ରୋଗୀଙ୍କ ବୟସ ଅଧିକ ଥିଲା, ଗମ୍ଭୀର ରୋଗରେ ଆକ୍ରାନ୍ତ ଥିଲେ । ମୃତ୍ୟୁର କାରଣ ଅକ୍ସିଜେନ୍ ନୁହେଁ । ମୁଁ ନିଜେ ଯାଞ୍ଚ କରିଛି ।

Leave A Reply

Your email address will not be published.